ହାଇଦ୍ରାବାଦ: ମହାମାରୀ କୋରୋନା ଭାଇରସ ସଚେତନତା ଯାତ୍ରା ପାଇଁ ପିଫା 28ଜଣ ବର୍ତ୍ତମାନ ଓ ପୂର୍ବତନ ଫୁଟବଲ ଖେଳାଳିଙ୍କୁ ଚୟନ କରିଛି । ଏହି ତାଲିକାରେ ରହିଛନ୍ତି ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ ।
କୋରୋନା ସଚେତନତା ଯାତ୍ରାରେ ଭାରତୀୟ ଫୁଟବଲ ଦଳର ଅଧିନାୟକ - Sunil Chhetri
ପିଫାର କୋରୋନା ସଚେତନତା ଯାତ୍ରାରେ ସାମିଲ ରହିଛନ୍ତି ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ ।
କୋରୋନା ସଚେତନତା ଯାତ୍ରାରେ ଭାରତୀୟ ଫୁଟବଲ ଦଳର ଅଧିନାୟକ
13 ଟି ଭାଷାରେ ପ୍ରକାଶିତ ହେବାକୁ ଥିବା ଏହି ଭିଡିଓ ଅଭିଯାନରେ ଜଡିତ ଥିବା 28 ଖେଳାଳିଙ୍କ ମଧ୍ୟରେ ଆର୍ଜେଣ୍ଟିନା ସୁପରଷ୍ଟାର ଲିଓନେଲ ମେସି ଏବଂ ଫିଲିପ ଲାହମ, ଇକର କାସିଲାସ ଏବଂ କାରଲେସ ପୁୟୋଲ ଭଳି ବିଶ୍ୱକପ ବିଜେତା ସାମିଲ ରହିଛନ୍ତି । କୋରୋନା ସଚେତନତା ପାଇଁ ଆରମ୍ଭରୁ ଫିଫା ଏବଂ ଏହାର ରାଷ୍ଟ୍ରପତି ଜିଆନି ଇନଫାଣ୍ଟିନୋ ସକ୍ରିୟ ଭାବରେ ଜଡିତ ଅଛନ୍ତି ।