ନୂଆଦିଲ୍ଲୀ: ଜାରି ରହିବ ସୁନୀଲ ଛେତ୍ରୀଙ୍କ ଫୁଟବଲ ଯାତ୍ରା । ଭାରତୀୟ ଫୁଟବଲ ଟିମର କ୍ୟାପଟେନ ସୁନୀଲ ଛେତ୍ରୀ ନିଜ ଅବସର ଚର୍ଚ୍ଚା ନେଇ ଜବାବ ରଖିଛନ୍ତି । ଏବେ ଫୁଟବଲରୁ ଅବସର ନେଇ କୌଣସି ଯୋଜନା କରିନଥିବା ସ୍ପଷ୍ଟ କରିଛନ୍ତି ଛେତ୍ରୀ ।
ଛେତ୍ରୀ କହିଛନ୍ତି, ଅବସର ଚର୍ଚ୍ଚା ଇଣ୍ଟରନେଟରେ ହେଉଥିବା ପତ୍ନୀଙ୍କ ଠାରୁ ଜାଣିବାକୁ ପାଇଛନ୍ତି । ପତ୍ନୀ ଏନେଇ ପ୍ରଶ୍ନ କରିବା ପରେ, ଏବେ ଫିଟ ଅଛନ୍ତି ବୋଲି କହିଛନ୍ତି । 35 ବର୍ଷିୟ ଛେତ୍ରୀ ଇଣ୍ଡିଆନ ଫୁଟବଲ ଟିମ ଅଫିସିଆଲ ଫେସବୁକ ପେଜର ଲାଇଭ ସେସନରେ ଏହା କହିଛନ୍ତି ।