ଓଡିଶା

odisha

ETV Bharat / sports

ଶିକ୍ଷା-ସଚେତନତା ସମାଜରୁ ଭେଦଭାଦ ଦୂର କରିପାରିବ: ସୁନୀଲ ଛେତ୍ରୀ

କେବଳ ଶିକ୍ଷା ଓ ସଚେତନତା ଦ୍ବାରା ସମାଜରୁ ବର୍ଣ୍ଣବୈଷମ୍ୟ ଓ ଭେଦଭାଦ ମାନସିକତାକୁ ଦୂର କରାଯାଇପାରିବ । ଏହା କହିଛନ୍ତି ଭାରତୀ ଫୁଟବଲ ଟିମର କ୍ୟାପଟେନ ସୁନୀଲ ଛେତ୍ରୀ ।

Sunil Chhetri feels awareness, education can help lessen racism in society
ଶିକ୍ଷା-ସଚେତନତା ସମାଜରୁ ଭେଦଭାଦ ଦୂର କରିପାରିବ: ସୁନୀଲ ଛେତ୍ରୀ

By

Published : Jun 12, 2020, 7:16 PM IST

ନୂଆଦିଲ୍ଲୀ: କେବଳ ଶିକ୍ଷା ଓ ସଚେତନତା ଦ୍ବାରା ସମାଜରୁ ବର୍ଣ୍ଣବୈଷମ୍ୟ ଓ ଭେଦଭାଦ ମାନସିକତାକୁ ଦୂର କରାଯାଇପାରିବ । ଏହା କହିଛନ୍ତି ଭାରତୀୟ ଫୁଟବଲ ଟିମର କ୍ୟାପଟେନ ସୁନୀଲ ଛେତ୍ରୀ ।

ଛେତ୍ରୀ କହିଛନ୍ତି, "ଏପରି ଘଟଣା କଷ୍ଟଦାୟକ, ଅନ୍ୟମାନଙ୍କୁ ମଧ୍ୟ କଷ୍ଟ ଲାଗିବ । ଏହାର ଖରାପ । ତେବେ ଅଧିଂକାଶ ସମୟରେ ଏହା ଅବହେଳା ଯୋଗୁଁ ଘଟିଥାଏ । ଯେତେବେଳେ ଜଣେ ଭେଦଭାଦର ଘୃଣିତ ଟିପ୍ପଣୀ କରନ୍ତି, ସଙ୍ଗେସଙ୍ଗେ ତାଙ୍କୁ ବୁଝେଇବାର ଆବଶ୍ୟକତା ରହିଛି ।" ଭାରତୀୟ ଫୁଟବଲ ଟିମର ଅଫିସିଆଲ ଫେସବୁକ ପେଜ୍ ଲାଇଭ ସେସନରେ ଏହା କହିଛନ୍ତି ଛେତ୍ରୀ ।

ଛେତ୍ରୀ କହିଛନ୍ତି, ରଙ୍ଗ, ଜାତି, ଓ ସଂପ୍ରଦାୟରେ କୌଣସି ଘୃଣା ଭାବ ରହିବା ଅନୁଚିତ । ଶିକ୍ଷିତ ସମାଜରେ ଏହାର କୌଣସି ଗ୍ରହଣୀୟତା ନାହିଁ । ମାତ୍ର ଅଜ୍ଞତା କାରଣରୁ ଏହିସବୁ ଘଟଣା ସାମ୍ନାକୁ ଆସିଥାଏ । ସେଥିପାଇଁ ଶିକ୍ଷା ଓ ସଚେତନତା ହିଁ ଏପରି ବ୍ୟବହାରକୁ ବନ୍ଦ କରିପାରିବ ବୋଲି ଛେତ୍ରୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details