ଓଡିଶା

odisha

ETV Bharat / sports

ଫୁଲବାଣୀରେ ରାଜ୍ୟସ୍ତରୀୟ ଏସଡିସି କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ - ଫୁଲବାଣୀରେ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

ଉଦଘାଟିତ ହୋଇଛି ଫୁଟବଲ ଏସଡିସି କପ୍‌ । ସ୍ଥାନୀୟ କରୋନେସନ ପଡ଼ିଆରେ ରାଜ୍ୟ ଆଇଟି ବିଭାଗ ଉପଦେଷ୍ଟା ଅନୁଭବ ପଟ୍ଟନାୟକ ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦଘାଟନ କରିଛନ୍ତି।

SDC Cup Football tournament
ରାଜ୍ୟସ୍ତରୀୟ ଏସଡିସି କପ୍‌

By

Published : Feb 25, 2020, 4:09 AM IST

ଫୁଲବାଣୀ: ଜିଲ୍ଲାରେ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ଏସଡିସି କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ । ସ୍ଥାନୀୟ କରୋନେସନ ପଡ଼ିଆରେ ରାଜ୍ୟ ଆଇଟି ବିଭାଗ ଉପଦେଷ୍ଟା ଅନୁଭବ ପଟ୍ଟନାୟକ ଏହି ଟୁର୍ଣ୍ଣାମେଣ୍ଟର ଉଦଘାଟନ କରିଛନ୍ତି।

ଆସନ୍ତା 28 ତାରିଖ ଯାଏଁ ଟୁର୍ଣ୍ଣାମେଣ୍ଟର ଲିଗ ପର୍ଯ୍ୟାୟ ଖେଳାଯିବା ନେଇ ସୂଚୀ ରହିଛି । ଏହାପରେ ମାର୍ଚ୍ଚ 5 ତାରିଖରେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀରେ ଫାଇନାଲ ମ୍ୟାଚ କଟକରେ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟ ଆଦିବାସୀ ଫୁଟବଲ ପ୍ରତିଭାକୁ ଲୋକଲୋଚନକୁ ଆଣିପାରିବ ବୋଲି କହିଛନ୍ତି ଆୟୋଜକ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା କନ୍ଧମାଳ

9ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ପୁରୁଷ ଓ ମହିଳା ଟିମ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରୁଛନ୍ତି। ଫୁଲବାଣୀରେ 5ଟି ଜିଲ୍ଲାର ଟିମ ଲିଗ ପର୍ଯ୍ୟାୟ ଖେଳୁଛନ୍ତି। ସୋମବାର 4ଟି ମ୍ୟାଚ ଖେଳାଯାଇଛି। ରାଇରଙ୍ଗପୁର ମହିଳା ଓ ପୁରୁଷ ଟିମ ମାଲକାନଗିରିକୁ ବଡ ବ୍ୟବଧାନରେ ହରାଇଛି। ସେହିପରି କନ୍ଧମାଳ ପୁରୁଷ ଟିମ ବିଜୟୀ ହୋଇଥିବା ବେଳେ ମହିଳା ଟିମ ପ୍ରଥମ ଲିଗ ମ୍ୟାଚରେ ପରାସ୍ତ ହୋଇଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details