ଓଡିଶା

odisha

ETV Bharat / sports

35ତମ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ - _state level football tournament

ଉଦ୍‌ଘାଟନୀ ମ୍ୟାଚରେ ଧର୍ମଶାଳା ଫୁଟବଲ ଆସୋସିଏସନ ଯାଜପୁରକୁ 1-0ରେ ହରାଇଛି ପପୁଲାର କ୍ଲବ ଢେଙ୍କାନାଳ ।ଅଧିକ ପଢନ୍ତୁ...

_state level football tournament inagurated at Khordha
35ତମ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

By

Published : Mar 8, 2021, 9:53 PM IST

ଖୋର୍ଦ୍ଧା: ଆରମ୍ଭ ହେଲା 35ତମ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ । କୁଶପଲ୍ଲା ମିନି ଷ୍ଟାଡିୟମ ଠାରେ ଉଦ୍‌ଘାଟିତ ହୋଇଛି ଏହି ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟ ।

35ତମ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ଟୁର୍ଣ୍ଣାମେଣ୍ଟରେ ଯାଜପୁର, ଢେଙ୍କାନାଳ, ଭୁବନେଶ୍ବର, ଭଞ୍ଜନଗର, ପୁରୀ, ନୟାଗଡ଼, କଟକର ଟିମ ଅଂଶଗ୍ରହଣ କରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ସୋମବାରଠାରୁ ଆରମ୍ଭ ହୋଇଥିବାବେଳେ ଆସନ୍ତା 14ରେ ଫାଇନାଲ ମ୍ୟାଚ ଖେଳାଯିବ ।

ଉଦ୍ଘା‌ଟନୀ ମ୍ୟାଚରେ ଧର୍ମଶାଳା ଫୁଟବଲ ଆସୋସିଏସନ ଯାଜପୁର ବନାମ ପପୁଲାର କ୍ଲବ ଢେଙ୍କାନାଳ ମଧ୍ୟରେ ରୋମାଞ୍ଚକର ମ୍ୟାଚ ଖେଳା ଯାଇଥିବାବେଳେ, ଢେଙ୍କାନାଳ 1-0 ଗୋଲରେ ବିଜୟୀ ହୋଇଛି । ବହୁ ସଂଖ୍ୟାରେ ଦର୍ଶକ ଏହି ମ୍ୟାଚକୁ ଉପଭୋଗ କରିଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details