ଓଡିଶା

odisha

ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ: ଢେଙ୍କାନାଳ ଚମ୍ପିଆନ

By

Published : Feb 1, 2020, 9:16 PM IST

ମନୋରଞ୍ଜନ-ବବୁଲ ସ୍ମାରକୀ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ପପୁଲାର କ୍ଲବ ଢେଙ୍କାନାଳ ଚମ୍ପିଆନ । ଫାଇନାଲ ମ୍ୟାଚରେ କଟକ ଏକାଦଶକୁ ହରାଇଲା ପପୁଲାର କ୍ଲବ ।

state-level
state-level

ଯାଜପୁର: ବଡଚଣା ବ୍ଲକ ଖଇରା ଠାରେ ମନୋରଞ୍ଜନ-ବବୁଲ୍ ସ୍ମାରକୀ ରାଜ୍ୟସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ କଟକ ଏକାଦଶକୁ ହରାଇ ପପୁଲାର କ୍ଲବ ଢେଙ୍କାନାଳ ଚମ୍ପିଆନ ହୋଇଛି । ଏଥିରେ ମୁଖ୍ୟଅତିଥି ଭାବେ ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ, କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ ।

ରାଜ୍ୟସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ରାଜ୍ୟର ବିଭିନ୍ନ ସ୍ଥାନରୁ ମୋଟ 8ଟି ଟିମ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିଲେ । ଉଭୟ ଚମ୍ପିଆନ ଓ ରନର୍ସ ଅପ ଦଳକୁ ଟ୍ରଫି ସହିତ ନଗଦ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ମ୍ୟାଚ ଦେଖିବା ପାଇଁ ଏଠାରେ 2 ହଜାରରୁ ଊର୍ଦ୍ଧ୍ବ ଦର୍ଶକଙ୍କ ସମାଗମ ହୋଇଥିଲା ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details