ଟୋକିଓ: ସ୍ପେନର କମ୍ବଦନ୍ତୀ ଫୁଟବଲର ଡେଭିଡ୍ ଭିଲ୍ଲା ପ୍ରଫେସନାଲ ଫୁଟବଲରୁ ଅବସର ନେଇଛନ୍ତି । ସ୍ପେନର ଜାତୀୟ ଦଳ ଓ ଏଫସି ବାର୍ସିଲୋନା ତରଫରୁ ଖେଳୁଥିବା ଭିଲ୍ଲା ଚଳିତବର୍ଷ ଆରମ୍ଭରୁ ଜାପାନର କ୍ଲବ ବିସେଲ କୋବେ ପକ୍ଷରୁ ଖେଳୁଛନ୍ତି । ଏହି ସିଜନର ସମାପ୍ତ ପରେ ସେ ସନ୍ନ୍ୟାସ ନେବେ ।
ଫୁଟବଲରୁ ଅବସର ନେଲେ ଡେଭିଡ୍ ଭିଲ୍ଲା - spanish footballer david villa
ସ୍ପେନର କମ୍ବଦନ୍ତୀ ଫୁଟବଲର ଡେଭିଡ୍ ଭିଲ୍ଲାଙ୍କ ସନ୍ନ୍ୟାସ ଘୋଷଣା । ଭିଲ୍ଲା ସ୍ପେନର ଜାତୀୟ ଟିମ ପକ୍ଷରୁ 2010 ଫିଫା ବିଶ୍ବକପରେ ଖେଳିଥିଲେ । ତାଙ୍କ ଟିମ ସେହି ବର୍ଷ ଚମ୍ପିଆନ ହୋଇଥିଲା ।
![ଫୁଟବଲରୁ ଅବସର ନେଲେ ଡେଭିଡ୍ ଭିଲ୍ଲା](https://etvbharatimages.akamaized.net/etvbharat/prod-images/768-512-5057250-698-5057250-1573724837336.jpg)
@Guaje7Villa
ବୁଧବାର ଦିନ ଟ୍ବିଟ କରି ସେ ସନ୍ନ୍ୟାସ ଘୋଷଣା କରିଛନ୍ତି । ସେ ଲେଖିଛନ୍ତି ଯେ, 19ବର୍ଷ ଯାଏଁ ପେସାଦାର ଫୁଟବଲ ଖେଳିବା ପରେ ଏହି ସିଜନରେ ଅନ୍ତରେ ଅବସର ନେବା ନିଷ୍ପତ୍ତି ନେଇଛି । ମୁଁ ସମସ୍ତ କୋଚ, ଟିମ ଓ ସାଥି ଖେଳାଳିଙ୍କୁ ଧନ୍ୟବାଦ ଜଣାଉଛି ଯେଉଁମାନେ ମୋର ଏହି କ୍ୟାରିଅରକୁ ଉପଭୋଗ କରିବାର ସୁଯୋଗ ଦେଇଛନ୍ତି । ଏଥିସହ ମୋର ସର୍ବଦା ସମର୍ଥନ କରୁଥିବା ପରିବାରକୁ ଧନ୍ୟବାଦ ଜଣାଉଛି ।
ଏହି ସିଜନରେ ଜାପନର ଫୁଟବଲ ଲିଗର 3ଟି ମ୍ୟାଚ ବାକି ରହିଛି । ସୂଚନାଥାଉକି, ଭିଲ୍ଲା ସ୍ପେନର ଜାତୀୟ ଟିମ ପକ୍ଷରୁ 2010 ଫିଫା ବିଶ୍ବକପରେ ଖେଳିଥିଲେ । ତାଙ୍କ ଟିମ ସେହି ବର୍ଷ ଚମ୍ପିଆନ ହୋଇଥିଲା ।