ଓଡିଶା

odisha

ETV Bharat / sports

ୟୁରୋ 2020କୁ କ୍ବାଲିଫାଏ କଲା ସ୍ପେନ

ମଙ୍ଗଳବାର ଖେଳାଯାଇଥିବା ସ୍ବିଡେନ ବିପକ୍ଷ ମ୍ୟାଚକୁ 1-1ରେ ଗୋଲ ରଖି ୟୁରୋ 2020କୁ କ୍ବାଲିଫାଏ କରିଛି ସ୍ପେନ ।

By

Published : Oct 16, 2019, 11:36 AM IST

ୟୁରୋ 2020କୁ କ୍ବାଲିଫାଏ କଲା ସ୍ପେନ

ଷ୍ଟକହୋମ: ମଙ୍ଗଳବାର ଖେଳାଯାଇଥିବା ସ୍ବିଡେନ ବିପକ୍ଷ ମ୍ୟାଚକୁ 1-1ରେ ଗୋଲ ରଖି ୟୁରୋ 2020କୁ କ୍ବାଲିଫାଏ କରିଛି ସ୍ପେନ । ତେବେ ଯୁରୋପିଆନ ଦେଶ ଭାବେ ସ୍ପେନ ଷଷ୍ଠ ଥର ଏହି ଆନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟକୁ ଉତ୍ତୀର୍ଣ୍ଣ ହୋଇଛି।

ତେବେ ଏହି ଲୋ- ସ୍କୋରିଂ ମ୍ୟାଚ ଖୁବ ସଙ୍ଘର୍ଷପୂର୍ଣ୍ଣ ରହିଥିଲା । ମ୍ୟାଚର 50ତମ ମିନିଟରେ ସ୍ବିଡେନ ପକ୍ଷରୁ ଗୋଲ ଦେଇଥିଲେ ମାର୍କସ ବର୍ଗ । ଅନ୍ୟପଟେ ମ୍ୟାଚରେ ପ୍ରାୟତଃ ପରାଜୟର ଦ୍ବାରରେ ଠିଆ ହୋଇସାରିଥିଲା ସ୍ପେନ । ମାତ୍ର ଶେଷ ମିନିଟରେ ସ୍ପେନ ପକ୍ଷରୁ ଗୋଲ ଦେଇ ମ୍ୟାଚ ଡ୍ର କରିଥିଲେ ରୋଡ୍ରିଗୋ ।

ABOUT THE AUTHOR

...view details