ଓଡିଶା

odisha

ETV Bharat / sports

Serie A: ସେପ୍ଟେମ୍ବର 19ରୁ ଆରମ୍ଭ 2020-21 ସିଜିନ - କୋରୋନା ଭାଇରସ

ସିରିଏ ଏ' 2020-21 ସିଜିନ 2020 ସେପ୍ଟେମ୍ବର 19ରୁ ଆରମ୍ଭ ହୋଇ 21ମଇ 2021 ପର୍ଯ୍ୟନ୍ତ ଖେଳାଯିବ ।

Serie A: 2020-21 season to begin from September 19
ସିରିଏ ଏ': ସେପ୍ଟେମ୍ବର 19ରୁ ଆରମ୍ଭ 2020-21 ସିଜିନ

By

Published : Aug 4, 2020, 3:53 PM IST

ମିଲନ:ସେପ୍ଟେମ୍ବର 19ରୁ ଆରମ୍ଭ ହେବ 2020-21 ସିରିଏ ଏ' ସିଜିନ । ପୂର୍ବ ଧାର୍ଯ୍ୟ ସୂଚୀର ଗୋଟିଏ ସପ୍ତାହ ପୂର୍ବରୁ ଲିଗ ଆରମ୍ଭ ହେବ । ଏନେଇ ଇଟାଲିଆନ ଲିଗ୍ ପକ୍ଷରୁ ଘୋଷଣା କରାଯାଇଛି ।

ସିରିଏ ଏ': ସେପ୍ଟେମ୍ବର 19ରୁ ଆରମ୍ଭ 2020-21 ସିଜିନ

ଲିଗା ସିରିଏ ଏ' ଅନୁଯାୟୀ, ଆଗାମୀ ସିଜିନ 2020 ସେପ୍ଟେମ୍ବର 19ରୁ ଆରମ୍ଭ ହୋଇ 21ମଇ 2021 ପର୍ଯ୍ୟନ୍ତ ଖେଳାଯିବ । ସିରିଏ ଏ' ୱେବସାଇଟରେ ଏହି ପରିବର୍ତ୍ତିତ ସୂଚୀ ପ୍ରକାଶ ପାଇଛି । ଅଧିଂକାଶ କ୍ଳବ ଏହି ନିଷ୍ପତ୍ତି ନେଇ ଅବଗତ ଥିବା ୱେବସାଇଟରେ ଦର୍ଶାଯାଇଛି ।

ପୂର୍ବରୁ, ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ମାର୍ଚ୍ଚରୁ ଜୁନ ମଧ୍ୟରେ 2019-20 ସିଜିନ ବାଧାପ୍ରାପ୍ତ ହୋଇଥିଲା । ତେବେ ଅବଶିଷ୍ଟ ମ୍ୟାଚ ଖେଳାଯିବା ସହ 9ମ ଥର ପାଇଁ ଜୁଭେଣ୍ଟସ ସିରିଏ ଏ' ଟାଇଟଲ ବିଜେତା ହୋଇଥିଲା । ଇଣ୍ଟର ମିଲନ ଦ୍ବିତୀୟ ସ୍ଥାନରେ ଅଭିଯାନ ଶେଷ କରିଥିଲା । ଜୁଭେଣ୍ଟସର ଷ୍ଟାର ଷ୍ଟ୍ରାଇକର ଖ୍ରୀଷ୍ଟିଆନୋ ରୋନାଲ୍ଡୋ ସଦସ୍ୟ ସମାପ୍ତ ହୋଇଥିବା ସିଜିନରେ ଗୋଲ୍ ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details