ଓଡିଶା

odisha

SAG2019: ଭାରତୀୟ ମହିଳା ଫୁଟବଲ ଟିମର 2ୟ ବିଜୟ

By

Published : Dec 5, 2019, 7:55 PM IST

ଦକ୍ଷିଣ ଏସିଆନ ଗେମ୍ସରେ ଭାରତୀୟ ମହିଳା ଫୁଟବଲ ଟିମ ବିପକ୍ଷ ଶ୍ରୀଲଙ୍କା ଦଳକୁ 6-0 ଗୋଲ୍‌ରେ ମାତ୍‌ ଦେଇ ବିଜୟ ଅଭିଯାନ ଜାରି ରଖିଛି ।

indian women football team
indian women football team

ପୋଖରା: ଦକ୍ଷିଣ ଏସିଆନ ଗେମ୍ସରେ ଭାରତୀୟ ମହିଳା ଫୁଟବଲ ଟିମର ଦବ୍‌ଦବା ଜାରି ରହିଛି । ଗୁରୁବାର ଶ୍ରୀଲଙ୍କା ବିପକ୍ଷରେ 6-0 ଗୋଲ୍‌ରେ ବିଜୟ ହାସଲ କରିଛି ଭାରତୀୟ ଦଳ । ଏହା ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଟିମ୍‌ର 2ୟ ବିଜୟ ।

ଫଟୋ ସୌଜନ୍ୟ: ସୋସିଆଲମିଡିଆ@IndianFootball

ଚଳିତ ସାଉଥ ଏସିଆନ ଗେମ୍ସରେ ଭାରତୀୟ ଦଳ ଗତ ମଙ୍ଗଳବାର ଦିନ ତା'ର ପ୍ରଥମ ମ୍ୟାଚରେ ମାଳଦ୍ବୀପକୁ 5-0ରେ ମାତ୍‌ ଦେଇଥିଲା ।

ତେବେ ଆଜିର ମ୍ୟାଚରେ ସଂନ୍ଧ୍ୟା ରଙ୍ଗନାଥନ(10 ଓ 25 ମିନିଟ୍‌) ଓ ରତନବାଲା ଦେବୀ(18 ଓ 88ମିନିଟ୍‌) ବିପକ୍ଷ ଦଳର ଗୋଲପୋଷ୍ଟରେ 2ଟି ଲେଖାଏଁ ଗୋଲ କରିଥିବାବେଳେ ରଞ୍ଜନା ଚାନ୍ନୁ (7ମିନିଟ୍‌) ଓ ବାଲାଦେବୀ(90+1ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲେ ।

ABOUT THE AUTHOR

...view details