ଷ୍ଟୋକହୋଲ୍ମ: ପର୍ତ୍ତୃଗାଲର ଷ୍ଟାର ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ ବୁଧବାର 100ଟି ଅନ୍ତର୍ଜାତୀୟ ଗୋଲ୍ କରିଥିବା ପୁରୁଷ ଖେଳାଳି ହୋଇଛନ୍ତି । ସ୍ବିଡେନ ବିପକ୍ଷରେ ନିଜ ଟିମକୁ ବିଜୟୀ କରାଇବା ସହ ଏହି କୃତିତ୍ବ ଅର୍ଜନ କରିଛନ୍ତି ରୋନାଲ୍ଡୋ ।
ନେସନ୍ସ ଲିଗରେ ସ୍ବିଡେନ ବିପକ୍ଷରେ ପଡ଼ିଆକୁ ଓହ୍ଲାଇବା ପୂର୍ବରୁ ରୋନାଲ୍ଡୋଙ୍କ ପାଖରେ 99ଟି ଗୋଲ୍ ରହିଥିଲା । ତେବେ ଏହି ମ୍ୟାଚରେ ଏକ ଚମତ୍କାର ଗୋଲ୍ ସ୍କୋର କରି ସେ ତାଙ୍କର 100ଟି ଗୋଲ୍ ପୁରା କରିଥିଲେ । ଏହାପରେ ସେ ଆଉ ଏକ ଗୋଲ୍ ସ୍କୋର କରି ପର୍ତ୍ତୃଗାଲକୁ 2-0 ଗୋଲରେ ବିଜୟ ଆଣି ଦେଇଥିଲେ ।
ରୋନାଲ୍ଡୋଙ୍କ ପୂର୍ବରୁ 100ଟି ଗୋଲ୍ ସ୍କୋର କରିଥିବା ପ୍ରଥମ ଖେଳାଳି ଥିଲେ ଇରାନର ଅଲି ଦେଇ । ଯିଏ ନିଜ ଦେଶ ପାଇଁ 109ଟି ଗୋଲ୍ କରିଥିଲେ । ବର୍ତ୍ତମାନ ଏହି ତାଲିକାରେ ରୋନାଲ୍ଡୋ ମଧ୍ୟ ସାମିଲ ହୋଇଛନ୍ତି ।