କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟରେ ଖେଳାଯିବ ଇଷ୍ଟ ଜୋନ ଇଣ୍ଟର ୟୁନିଭରସିଟି ଫୁଟବଲ ଟୁର୍ଣ୍ଣାମେଣ୍ଟ । ଏହି ପ୍ରତିଯୋଗିତା 2 ତାରିଖରୁ ଆରମ୍ଭ ହୋଇ 8 ତାରିଖ ପର୍ଯ୍ୟନ୍ତ ଚାଲିବ । ମୋଟ 60ଟି ୟୁନିଭରସିଟି ଏହି ମେଗା ପ୍ରତିଯୋଗିତାରେ ଭାଗ ନେବେ ।
ଓଡିଶାରୁ ସମୁଦାୟ 12ଟି ୟୁନିଭରସିଟି ଭାଗନେବେ । ସମସ୍ତଙ୍କ ମଧ୍ୟରୁ ଉତ୍କଳ ୟୁନିଭରସିଟିର ପ୍ରଦର୍ଶନ ବେଶ ଭଲ ରହିଛି । ତାହା ଛଡ଼ା ରେଭେନ୍ସା ଓ ସମ୍ବଲପୁର ୟୁନିଭରସିଟିର ମଧ୍ୟ ପ୍ରଦର୍ଶନ ଭଲ ରହିଛି । ଗତବର୍ଷ ଚମ୍ପିଆନ ହୋଇଥିବା କଲ୍ୟାଣୀ ୟୁନିଭରସିଟି ମଧ୍ୟ ଏହି ପ୍ରତିଯୋଗିତାରେ ଭାଗ ନେଉଛି । ଯାହା ସବୁ ଟିମ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିବ । ତେବେ ସମସ୍ତ ଫୁଟବଲ ମ୍ୟାଚ କଟକର 4ଟି ଗ୍ରାଉଣ୍ଡରେ ଖେଳାଯିବ ।