ଓଡିଶା

odisha

ପ୍ରିମିୟର ଲିଗ: ନିୟୁକାଷ୍ଟଲ ବିପକ୍ଷରେ ମାଞ୍ଚେଷ୍ଟର ସିଟିର ଏକତରଫା ବିଜୟ

By

Published : Jul 9, 2020, 1:06 PM IST

ଏଥିହାଦ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ 5-0 ଗୋଲରେ ନିୟୁକାଷ୍ଟଲକୁ ଏକତରଫା ମାତ ଦେଇଛି ମାଞ୍ଚେଷ୍ଟର ସିଟି ।

Premier Legue: Manchester City trounce Newcastle by 5-0
ପ୍ରିମିୟର ଲିଗ: ନିୟୁକାଷ୍ଟଲ ବିପକ୍ଷରେ ମାଞ୍ଚେଷ୍ଟର ସିଟିର ଏକତରଫା ବିଜୟ

ଲଣ୍ଡନ: ଚଳିତ ପ୍ରିମିୟିର ଲିଗ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ମାଞ୍ଚେଷ୍ଟର ସିଟିକୁ ମିଳିଛି ଆଉ ଏକ ଦମଦାର ବିଜୟ । ବୁଧବାର ଏଥିହାଦ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ 5-0 ଗୋଲରେ ନିୟୁକାଷ୍ଟଲକୁ ଏକତରଫା ମାତ ଦେଇଛି ମାଞ୍ଚେଷ୍ଟର ।

ମ୍ୟାଚ ଆରମ୍ଭରୁ ଆକ୍ରମଣାତ୍ମକ ରଣନୀତି ସହ ଖେଳିଥିବା ପେପ ଗାର୍ଡିଓଲାଙ୍କ ସିଟି କ୍ଳବ । 10ମ ମିନିଟିରେ ଗାବ୍ରିଏଲ ଜେସସ ପ୍ରଥମ ଗୋଲ ଓ ପରେ 21ତମ ମିନିଟରେ ରିଆଦ ମହରେଜ ଗୋଲ କରିଥିଲେ । ପରେ ମ୍ୟାଚର ଦ୍ବିତୀୟାର୍ଦ୍ଧରେ ଫେଡ୍ରିକୋ ଫର୍ଣ୍ଣେଡିଜ, ଡେଭିଡ ସିଲଭା, ରହୀନ ଷ୍ଟ୍ରିଲିଂ 3ଟି ଗୋଲ କରି ସିଟିର ସ୍କୋର 5-0ରେ ପହଞ୍ଚାଇଥିଲେ । ଏକାଧିକ ପ୍ରୟାସ ସତ୍ତ୍ବେ ଗୋଟିଏ ବି ଗୋଲ କରିବାରେ ସକ୍ଷମ ହୋଇନିଥଲା ନିୟୁକାଷ୍ଟଲ କ୍ଳବ ।

ଏହି ବିଜୟ ଓ ମୋଟ 69 ପଏଣ୍ଟ ସହ ପଏଣ୍ଟ ତାଲିକାର ଦ୍ବିତୀୟ ସ୍ଥାନରେ ରହିଛି ମାଞ୍ଚେଷ୍ଟର ସିଟି । ଅନ୍ୟପଟେ ଟାଇଟେଲ ବିଜେତା ଲିଭରପୁଲ 23 ପଏଣ୍ଟ ଆଗରେ ପ୍ରଥମ ସ୍ଥାନରେ ରହିଛି ।

ABOUT THE AUTHOR

...view details