ଓଡିଶା

odisha

By

Published : Mar 20, 2020, 9:18 AM IST

ETV Bharat / sports

କୋରୋନା ଭାଇରସ: ଏପ୍ରିଲ ପର୍ଯ୍ୟନ୍ତ ପ୍ରିମିୟର ଲିଗ୍‌ ବାତିଲ

ମହାମାରୀ କୋରୋନା ଭାଇରସ(COVID-19) ସଂକ୍ରମଣ ଭୟ ଯୋଗୁଁ ଏପ୍ରିଲ 30 ପର୍ଯ୍ୟନ୍ତ ପ୍ରିମିୟର ଲିଗ୍‌ର 2019-20 ସଂସ୍କରଣକୁ ବାତିଲ । ଅଧକ ପଢନ୍ତୁ...

Premier League suspends
କୋରୋନା ଭାଇରସ: ଏପ୍ରିଲ ପର୍ଯ୍ୟନ୍ତ ପ୍ରିମିୟର ଲିଗ୍‌ ବାତିଲ

ଲଣ୍ଡନ: ମହାମାରୀ କୋରୋନା ଭାଇରସ(COVID-19) ଯୋଗୁଁ ବିଶ୍ୱ କ୍ରୀଡାଜଗତ ଅସ୍ତବ୍ୟସ୍ତ ଓ ବିଶେଷ ପ୍ରଭାବିତ । ବିଶ୍ୱର ପ୍ରାୟ ସମସ୍ତ କ୍ରୀଡା ଇଭେଣ୍ଟ ବାତିଲ କିମ୍ବା ସ୍ଥଗିତ କରାଯାଇଛି ।

କୋରୋନା ଭାଇରସ ଯୋଗୁଁ ପ୍ରଭାବିତ କ୍ରୀଡା ଇଭେଣ୍ଟ

ତେବେ ସଦ୍ୟସୂଚନା ଅନୁଯାୟୀ ପୁଣି ସମ୍ମାନଜନକ କ୍ରୀଡା ଇଭେଣ୍ଟକୁ ସ୍ଥଗିତ ରଖାଯାଇଛି । ପ୍ରିମିୟର ଲିଗର 2019-20 ସଂସ୍କରଣ ଏପ୍ରିଲ 30 ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ଏନେଇ ପ୍ରିମିୟର ଲିଗ ଏକ ଘୋଷଣାନାମା ଜାରି କରି ସ୍ପଷ୍ଟ କରିଛି ।

ପ୍ରିମିୟର ଲିଗ୍‌

"କୋରୋନା ଭାଇରସରେ ସଂକ୍ରମଣର ଭୟ ସମସ୍ତଙ୍କୁ ରହିଛି । ସୁରକ୍ଷା ଦୃଷ୍ଟିରୁ ଏଫଏ, ପ୍ରିମିୟର ଲିଗ, ଇଏଫଏଲ ସମେତ ପିଏଫଏ ଓ ଏଲଏମଏ ସମସ୍ତେ ଏହି ସମୟକୁ ଅନୁଭବ କରୁଛନ୍ତି । ତେବେ ସ୍ଥିତିରେ ସୁଧାର ଆସିଲେ 2019-20 ସଂସ୍କରଣର ଫୁଟବଲ, ସମସ୍ତ ଘରୋଇ ଟୁର୍ଣ୍ଣାମେଣ୍ଟ ସହ ୟିରୋପିଅନ କ୍ଳବ ଲିଗ୍‌ ଏକଂ କପ୍‌ ମ୍ୟାଚ ଖେଳାଯିବ" ପ୍ରିମିୟର ଲିଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ପୂର୍ବରୁ ମାର୍ଚ୍ଚ 13ରେ ପ୍ରିମିୟର ଲିଗ୍‌ ପକ୍ଷରୁ ସମସ୍ତ ମ୍ୟାଚ ସୂଚୀକୁ ଏପ୍ରିଲ 3 ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା ।

ପ୍ରିମିୟର ଲିଗ୍‌

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details