ଲିଭରପୁଲ୍: ବୁଧବାର ଖେଳାଯାଇଥିବା ପ୍ରିମିୟର ଲିଗ ଟୁର୍ଣ୍ଣାମେଣ୍ଟରେ ଲିସଷ୍ଟର ବିପକ୍ଷରେ ବିଜୟୀ ହୋଇଛି ଏଭରଟନ । କ୍ଳବ ପକ୍ଷରୁ ରିଚାର୍ଲସନ ଓ ଗାଇଲଫି ସିଗର୍ଡସନଙ୍କ ପ୍ରାରମ୍ଭିକ ଗୋଲ କରିଥିଲେ । ଫଳରେ ଲିସଷ୍ଟରକୁ 2-1 ଗୋଲରେ ହରାଇଛି ଏଭରଟନ ।
କେଲଚି ଇହାନକୋ ଲିସଷ୍ଟର ପକ୍ଷରୁ ଏକମାତ୍ର ଗୋଲକରି କିଛି ଆଶା ସଞ୍ଚୟ କରିଥିଲେ । ମାତ୍ର ମ୍ୟାଚ ଶେଷ ପର୍ଯ୍ୟନ୍ତ ଅଧିକ ଗୋଲ କରିବାକୁ ସକ୍ଷମ ହୋଇନଥିଲା ଲିସଷ୍ଟର ।