କୁଆଲାଲମ୍ପପୁର: ଭାରତୀୟ ଫୁଟବଲ୍ ଇତିହାସରେ ଛଅ ଏପ୍ରିଲ୍ ଏକ ସ୍ମରଣୀୟ ଦିନ ହୋଇ ରହିବ । ଅଖିଳ ଭାରତୀୟ ଫୁଟବଲ୍ ମହାସଂଘ(ଏଆଇଏଫ୍ଏଫ୍)ର ଅଧ୍ୟକ୍ଷ ପ୍ରଫୁଲ୍ଲ ପଟେଲଙ୍କୁ ଫିଫା କାଉନସିଲ୍ର ସଦସ୍ୟ ଭାବେ ଚୟନ କରାଯାଇଛି । ଫଳରେ ପ୍ରଥମ ଭାରତୀୟ ଭାବେ ଫିଫା କାଉନସିଲ୍ର ସଦସ୍ୟ ହୋଇଛନ୍ତି ପ୍ରଫୁଲ୍ଲ ପଟେଲ ।
ମାଲେସିଆରେ ଆୟୋଜିତ 29ତମ ଏସିଆ ଫୁଟବଲ୍ ପରିସଂଘ କଂଗ୍ରେସର ବୈଠକରେ ପଟେଲଙ୍କୁ ଫିଫା କାଉନସିଲ୍ର ସଦସ୍ୟ ଭାବେ ଚୟନ କରାଯାଇଛି । ସୂଚନାଥାଉକି, ପଟେଲଙ୍କୁ 46ଭୋଟ୍ରୁ 38 ଭୋଟ୍ ମିଳିଥିଲା । ତେବେ ତାଙ୍କର କାର୍ଯ୍ୟକାଳ 4ବର୍ଷ(2019-2023) ରହିବ ।