ତୁରିନ: କୋରୋନା ଭାଇରସ କବଳରୁ ସୁସ୍ଥ ହେଲେ ଆଉ ଜଣେ ଫୁଟବଲ ଖେଳାଳି । ଜୁଭେଣ୍ଟସର ପଉଲୋ ଡିବଲଙ୍କ ସ୍ବାବ(SWABS) ରିପୋର୍ଟ ନେଗେଟିଭ ଆସିଛି । ଏନେଇ କ୍ଳବ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
କୋରୋନା ଭାଇରସ: ସୁସ୍ଥ ହେଲେ ଜୁଭେଣ୍ଟସ ଖେଳାଳି ପଉଲୋ ଡିବଲ - recovers from coronavirus
କୋରୋନା ଭାଇରସ କବଳରୁ ସୁସ୍ଥ ହେଲେ ଆଉ ଜଣେ ଫୁଟବଲ ଖେଳାଳି । ଜୁଭେଣ୍ଟସର ପଉଲୋ ଡିବଲଙ୍କ ସ୍ବାବ(SWABS) ରିପୋର୍ଟ ନେଗେଟିଭ ଆସିଛି । ଏନେଇ କ୍ଳବ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

କୋରୋନା ଭାଇରସ: ସୁସ୍ଥ ହେଲେ ଜୁଭେଣ୍ଟସ ଖେଳାଳି ପଉଲୋ ଡିବଲ
ଗତ ମାର୍ଚ୍ଚ ମାସରେ ପଉଲୋ ଓ ତାଙ୍କର ବାନ୍ଧବୀ ଓରିଆନା ସବତିନିଙ୍କ କୋରୋନା ଭାଇରସ ରିପୋର୍ଟ ପଜିଟିଭ ଆସିଥିଲା । ଏହାପରେ ଉଭୟ ହୋମ ଆଇସୋଲେସନରେ ରହିଥିଲେ । ସୁସ୍ଥ ହେବାପରେ ପଉଲୋ ଟ୍ବିଟ ଯୋଗେଁ ଆରୋଗ୍ୟ କାମନା କରିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଜୁଭେଣ୍ଟସ କ୍ଳବର କେତେକ ଖେଳାଳି ଅଭ୍ୟାସକୁ ଫେରିଛନ୍ତି । ପଉଲୋ ମଧ୍ୟ ଖୁବଶୀଘ୍ର ଅଭ୍ୟାସ ଶିବିରକୁ ଫେରିବା ନେଇ ସୂଚନା ମିଳିଛି ।