ନୂଆଦିଲ୍ଲୀ: 2018 ରେ ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡେରେସନ୍ (AIFF) ଓଡିଶା ରାଜ୍ୟ ସରକାରଙ୍କ ସହ ଏକ ସ୍ମାରକପତ୍ର (ଏମଓୟୁ) ସ୍ବାକ୍ଷର କରିଥିଲା ଯେଉଁଥିରେ ଅନେକ ଜାତୀୟ ଦଳ 15ବର୍ଷରୁ କମ, 17ବର୍ଷରୁ କମ, ଇଣ୍ଡିଆନ ଏରୋଜ ଏବଂ ଏପରିକି ବରିଷ୍ଠ ମହିଳା ଦଳ ରାଜ୍ୟ ଦ୍ବାରା ଆୟୋଜିତ ହେଉଛନ୍ତି ଏବଂ ଏହି ପ୍ରକ୍ରିୟାରେ ଅତ୍ୟାଧୁନିକ ସୁବିଧା ତଥା ଭିତ୍ତିଭୂମି ମଧ୍ୟ ପାଉଛନ୍ତି।
ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ ଆଇ-ଲିଗର 2018-19 ସିଜନ୍ ପାଇଁ ଇଣ୍ଡିଆନ ଏରୋସଙ୍କ ପାଇଁ ହୋମ ଭେନ୍ୟୁ ଥିଲା ଏବଂ ଗତ ବର୍ଷ ଫେବୃଆରୀରେ ଗୋଲ୍ଡ କପ୍ ସହିତ ସୁପର କପର ଉଭୟ ସଂସ୍କରଣ ଆୟୋଜନ କରିଥିଲା, ଯେଉଁଠାରେ ଭାରତୀୟ ବରିଷ୍ଠ ମହିଳା ଦଳ ମିଆଁମାର, ନେପାଳ ଏବଂ ଆଇଆର ଇରାନ ବିପକ୍ଷରେ ମୁହାଁମୁହିଁ ହୋଇଥିଲେ।
ଓଡି଼ଶା ସ୍ପୋର୍ଟସ ସହ ସହଭାଗିତାକୁ ଶୁଭେଚ୍ଛା ଜଣାଇ ଏଆଇଏଫଏଫର ସାଧାରଣ ସମ୍ପାଦକ କୁଶଲ ଦାସ ଭାରତରେ ଖେଳ ଉପରେ ଭାଗିଦାରୀର ପ୍ରମୁଖ ପ୍ରଭାବ ଉପରେ ଆଲୋକପାତ କରିଥିଲେ ଏବଂ ଏହି ସହାୟତା ପାଇଁ ଓଡି଼ଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।
‘‘ଭାରତୀୟ ଫୁଟବଲର ବିକାଶରେ ଓଡି଼ଶା ସକାରଙ୍କ ସହ ହୋଇଥିବା ଏମଓୟୁ ଏକ ପ୍ରମୁଖ ପ୍ରଭାବ ପକାଇଛି। କଳିଙ୍ଗ ଷ୍ଟାଡିୟମ କମ୍ପ୍ଲେକ୍ସରେ ଷ୍ଟେଟ୍ ଅଫ୍ ଆର୍ଟ ସୁବିଧା ବ୍ୟବହାର କରି ଅନେକ ଦଳ ଆୟୋଜିତ ଏବଂ ତାଲିମପ୍ରାପ୍ତ ହୋଇଛନ୍ତି । ମୁଁ ଓଡି଼ଶା ସରକାରଙ୍କୁ ଧନ୍ୟବାଦ ଦେଉଛି ସେମାନଙ୍କର ଅମୂଲ୍ୟ ସମର୍ଥନ ପାଇଁ ଏବଂ ଦେଶରେ କ୍ରୀଡ଼ାର ଅଭିବୃଦ୍ଧି ପାଇଁ ପ୍ରୟାସକୁ ଆହୁରି ମଜବୁତ କରିବାକ ପାଇଁ ଏହି ସମ୍ପର୍କକୁ ଜାରି ରଖିବାକୁ ଆଶା କରୁଛୁ,’’ ବୋଲି ସେ ପ୍ରକାଶ କରିଛନ୍ତି।