ପ୍ୟାରିସ(ଫ୍ରାନ୍ସ): ମାଞ୍ଚେଷ୍ଟର ୟୁନାଇଟେଡ ମିଡଫିଲ୍ଡର ପଲ ପୋଗବା କୋଭିଡ-19 ଟିହ୍ନଟ ହୋଇଛନ୍ତି । ଫଳରେ ଫାନ୍ସ ସ୍କ୍ବାଡରୁ ବାଦ ପଡିଛନ୍ତି । ଏନେଇ ଫ୍ରାନ୍ସ କୋଚ ଡିଡିଅର ଡେସଚାମ୍ପସ ଗୁରୁବାର ସ୍ପଷ୍ଟ କରିଛନ୍ତି ।
27 ବର୍ଷୀୟ ପୋଗବା, କ୍ରୋଏସିଆ ବିପକ୍ଷ ଜାତୀୟ ଲିଗ ପାଇଁ ଫ୍ରେଞ୍ଚ ସ୍କ୍ବାଡରେ ସ୍ଥାନ ପାଇଥିଲେ । ପୋଗବାଙ୍କ ସ୍ଥାନରେ ମିଡଫିଲ୍ଡର ଏଡୁଆରଡୋ କାମାଭିଙ୍ଗାଙ୍କୁ ଟିମରେ ଚୟନ କରାଯାଇଛି ।
ପଜିଟିଭ ଚିହ୍ନଟ ହେବାପରେ ପୋଗବାଙ୍କୁ 14 ଦିନ ଆଇସୋଲେସନରେ ରହିବାକୁ କୁହାଯାଇଛି । ଫଳରେ ମାଞ୍ଚେଷ୍ଟର ୟୁନାଇଟେଡ ପ୍ରି-ସିଜିନ ପ୍ରସ୍ତୁତି କ୍ୟାମ୍ପରେ ମଧ୍ୟ ଯୋଗ ଦେଇପାରିବେ ନାହିଁ । ତେବେ ପୋଗବାଙ୍କ ଠାରେ କୌଣସି ଲକ୍ଷଣ ଦେଖାଯାଇ ନାହିଁ ।
ଶୁକ୍ରବାର ସେପ୍ଟେମ୍ବର 5ରେ ଜାତୀୟ ଲିଗରେ ଫ୍ରାନ୍ସ ସ୍ବିଡେନ ସହ ମୁହାଁମୁହିଁ ହେବ । ପରେ କ୍ରୋଏସିଆ ସହ ସେପ୍ଟେମ୍ବର 8ରେ ଫ୍ରାନ୍ସର ମୁକାବିଲା ରହଛି । 2018 FIFA ବିଶ୍ବକପରେ କ୍ରୋଏସିଆ ଓ ଫ୍ରାନ୍ସ ଫାଇନାଲରେ ପ୍ରବେଶ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ