ଭୁବନେଶ୍ବର:ଆଗାମୀ ଇଣ୍ଡିଆନ ସୁପର ଲିଗ୍ ସିଜିନରେ ଓଡ଼ିଶା ପକ୍ଷରୁ ଖେଳିବେ ଡିଫେଣ୍ଡର ସାହିଲ ପାୱାର ଓ ସେବାଷ୍ଟିଆନ ଥାଙ୍ଗମୁଆନସାଙ୍ଗ । ଏହାକୁ ନେଇ ଓଡ଼ଶା ଏଫସି ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ହାଇଦ୍ରାବାଦ ଏଫସି ପକ୍ଷରୁ ପ୍ରତିନିଧିତ୍ବ କୁରଥିଲେ ସାହିଲ ପାୱାର । ସେହିଭଳି ଏହାପୂର୍ବରୁ ଗୋକୁଲମ କେରଳ ଏଫସି ପକ୍ଷରୁ ଆଇଏସଏଲରେ ଜଲୱା ଦେଖାଉଥିଲେ ସେବାଷ୍ଟିଆନ ଥାଙ୍ଗମୁଆନସାଙ୍ଗ ।
ଏହାକୁ ନେଇ ଅଷ୍ଟମ ସିଜିନ ଆଇଏସଏଲ ପୂର୍ବରୁ ବିଦ୍ଧିବଦ୍ଧ ଭାବରେ ସମସ୍ତ ପ୍ରକ୍ରିୟା ଶେଷ ହେବ । 21 ବର୍ଷୀୟ ଡିଫେଣ୍ଡର ସାହିଲ ପାୱାର ପ୍ରଥମେ ପୁଣେ ଏଫସିରୁ ଆଇଏସଏଲ କ୍ୟାରିଅର ଆରମ୍ଭ କରିଥିଲେ । ଏହାପରେ ସେ ହାଇଦ୍ରାବାଦ ଏଫସିରେ ଯୋଗ ଦେଇ ଆଇଏସଏଲରେ ମୋଟ 37ଟି ମ୍ୟାଚ ଖେଳିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ କେବଳ ଦୁଇ ବର୍ଷ ପାଇଁ ଓଡ଼ିଶା ଏଫସି ସହ ଚୁକ୍ତି ସ୍ବାକ୍ଷର ହୋଇଛି । ତୃତୀୟ ବର୍ଷକୁ ଚୁକ୍ତିକୁ ଏକ ବିକଳ୍ପ ଭାବରେ ରଖାଯାଇଛି । 2017 ମସିହାରେ ସେ ଭାରତ ପକ୍ଷରୁ ଦକ୍ଷିଣ ଏସିଆନ ଫୁଟବଲ ଚମ୍ପିଆନସିପ ଦଳରେ ସ୍ଥାନରେ ପାଇଥିଲେ ।