ଓଡିଶା

odisha

ଓଡ଼ିଶା ଏଫ୍‌ସିର ‘ଖାଣ୍ଟି ଓଡ଼ିଆ’ କିଟ୍‌

By

Published : Nov 11, 2020, 6:55 PM IST

ନୂଆ କିଟ୍‌ ଲଞ୍ଚ କଲା ଓଡ଼ିଶା ଏଫ୍‌ସି । ନୂତନ କିଟ୍‌ରେ ଓଡ଼ିଶାରେ ସଂସ୍କୃତି, ପରମ୍ପରା, ଇତିହାସର ମହତ୍ତ୍ବକୁ ପ୍ରତିଫଳିତ କରିଛି କ୍ଲବ । କିଟ୍‌କୁ ପ୍ରଶଂସା କଲେ ହକି ତାରକା ଦିଲୀପ ତୀର୍କୀ । ଅଧିକ ପଢ଼ନ୍ତୁ...

Odisha FC launch new kits,  celebrating Khaanti Odia spirit, ନୂଆ କିଟ୍‌ ଲଞ୍ଚ କଲା ଓଡ଼ିଶା ଏଫ୍‌ସି, ଓଡ଼ିଶା ଏଫ୍‌ସିର ଖାଣ୍ଟି ଓଡ଼ିଆ କିଟ୍‌, ନୂତନ କିଟ୍‌ରେ ଓଡ଼ିଶାରେ ସଂସ୍କୃତି ଓ ପରମ୍ପରା, ହିରୋ ଆଇଏସ୍ଏଲ୍
ଓଡ଼ିଶା ଏଫ୍‌ସିର ‘ଖାଣ୍ଟି ଓଡ଼ିଆ’ କିଟ୍‌

ଭୁବନେଶ୍ବର: ନଭେମ୍ବର 20 ରୁ ଗୋଆରେ ଆରମ୍ଭ ହେବାକୁ ଥିବା ହିରୋ ଇଣ୍ଡିଆନ୍ ସୁପର ଲିଗ୍ (ହିରୋ ଆଇଏସ୍ଏଲ୍)ର ସପ୍ତମ ସଂସ୍କରଣ ପୂର୍ବରୁ ନୂଆ କିଟ୍ ଲଞ୍ଚ କରିଛି ଓଡି଼ଶା ଏଫ୍‌ସି । ଜର୍ସୀର ଡିଜାଇନ ଆମ ରାଜ୍ୟର କଳା ଏବଂ ସଂସ୍କୃତି ଉପରେ ଆଧାରିତ ଏବଂ ଖାଣ୍ଟି ଓଡି଼ଆର ଭାବନାକୁ ପ୍ରତିଫଳିତ କରୁଛି ।

ଓଡି଼ଶା ଅନେକ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି କିନ୍ତୁ ସେଗୁଡ଼ିକର ସର୍ବଦା ଦୃଢ଼ତାର ସହ ମୁକାବିଲା କରି ସଫଳତା ପଥରେ ଆଗକୁ ବଢ଼ିଛି। ବର୍ତ୍ତମାନ ଏହା ଭାରତର ‘ସ୍ପୋର୍ଟ୍ସ କ୍ୟାପିଟାଲ’ ପାଲଟିଛି। ଓଡ଼ିଶା ଏଫସି କ୍ଲବ ଏହାର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ନୂତନ କିଟ୍ ଲଞ୍ଚ କରିଛି । ସମାନ ଥିମ୍ ଉପରେ ଆଧାରିତ ଏକ ଭିଡିଓ ମଧ୍ୟ ସେୟାର କରିଛି ଏବଂ ପ୍ରଥମ ଟିମ୍ ସପୋର୍ଟ ଷ୍ଟାଫଙ୍କୁ ଫିଚର କରିଛି । ଯେଉଁମାନେ ଦିନ ରାତି କାର୍ଯ୍ୟ କରି ଖେଳାଳିମାନେ ଠିକ ସମୟରେ ସୁସ୍ଥ ହେବେ ଓ ପଡ଼ିଆରେ ଦଳକୁ ଆଗେଇ ନେବେ । ନୂତନ କିଟ୍‌ରେ କ୍ଲବ ଓଡ଼ିଶାରେ ସଂସ୍କୃତି, ପରମ୍ପରା, ଇତିହାସର ମହତ୍ତ୍ବକୁ ପ୍ରତିଫଳିତ କରିଛି ।

ନୂତନ କିଟ୍ ବିଷୟରେ ସୂଚନା ଦେଇ OFC ସଭାପତି ରୋହନ ଶର୍ମା କହିଛନ୍ତି, “ଚଳିତ ବର୍ଷ ଆମର କିଟ୍ ଅତ୍ୟନ୍ତ ସ୍ବତନ୍ତ୍ର। ଓଡି଼ଶା ସହିତ ଏକ ସଂଯୋଗ ରହିବା ଏବଂ ଓଡି଼ଶାର ସଂସ୍କୃତିର ଉଦାହରଣ ଦେବା ପାଇଁ ଆମେ ଆମର କିଟ୍ ଡିଜାଇନ କରିବାକୁ ଚାହୁଁଥିଲୁ କାରଣ ଯେତେବେଳେ କେହି ଖେଳାଳି କିମ୍ବା ଫ୍ୟାନ ଏହାକୁ ପିନ୍ଧିବେ ସେମାନେ ଓଡ଼ିଶା ସହ ନିଜକୁ ଯୋଡ଼ି ପାରିବେ । ଏହି ବର୍ଷ ଆମର କିଟ୍ ଓଡି଼ଶାର ସୁନ୍ଦର କଳା ସଂସ୍କୃତି ଦ୍ବାରା ଅନୁପ୍ରାଣିତ ହୋଇଛି ଏବଂ ସେହି ସୌନ୍ଦର୍ଯ୍ୟ ଆମ କିଟ୍ ଉପରେ ପ୍ରତିଫଳିତ ହୋଇଛି । ଆମର ପ୍ରଶଂସକଙ୍କ ପାଇଁ ବାଇଗଣୀ ରଙ୍ଗ ଆମର ଉଭୟ କିଟ୍‌ରେ ଅନ୍ତର୍ଭୂକ୍ତ ହୋଇଛି ଏବଂ ଆଗକୁ ଏହା ଆମର କିଟ୍‌ର ଏକ ଅଂଶ ହେବ । କଳା ଏବଂ ବାଇଗଣୀ ଆମର ଅଫିସିଆଲ୍ ହୋମ୍ କିଟ୍ ରଙ୍ଗ ଭାବରେ ଆଗକୁ ବଢ଼ିବ । ଏହି ବର୍ଷ ଆମେ ଡିଜାଇନ କରିଥିବା କିଟ୍ ପାଇଁ ଆମେ ଗର୍ବିତ ଏବଂ ଆମେ ଆଶା କରୁଛୁ ଆପଣ ମାନେ ମଧ୍ୟ ଏହାକୁ ଭଲ ପାଇବେ ଏବଂ ଆମ କିଟ୍‌କୁ ଓଡ଼ିଶାର ଗର୍ବ ସହ ପିନ୍ଧିବେ ।’’

ଓଡ଼ିଶା ଏଫସିର ଏହି କିଟ୍‌କୁ ହକି ତାରକା ଦିଲୀପ ତୀର୍କୀ ମଧ୍ୟ ଖୁବ୍‌ ପସନ୍ଦ କରିଛନ୍ତି। ଟ୍ବିଟ କରି ତୀର୍କୀ କହିଛନ୍ତି ‘‘ଏହି ଜର୍ସୀ ମତେ ଖୁବ ଭଲ ଲାଗିଛି । ଏହାର ଡିଜାଇନ ଓଡ଼ିଶାର କଳା ଓ ସଂସ୍କୃତିକୁ ପ୍ରତିଫଳିତ କରୁଛି । ଯେଉଁଥିରେ ଖାଣ୍ଟି ଓଡ଼ିଆର ଭାବନା ରହିଛି । ମୁଁ ଭାବୁଛି ଦଳ ଏହି ନୂତନ ଜର୍ସୀ ପିନ୍ଧି ନୂଆ ଶୀର୍ଷରେ ପହଁଞ୍ଚିବ । ଅନେକ ଶୁଭେଚ୍ଛା ।’’

ଓଡ଼ିଶା ଏଫ୍‌ସି ଦଳ ଆସନ୍ତା ସିଜନର ପ୍ରଥମ ମ୍ୟାଚ ହାଇଦ୍ରାବାଦ ଏଫ୍‌ସି ବିପକ୍ଷରେ ନଭେମ୍ବର 23 ରେ ବାମ୍ବୋଲିମର ଜିଏମସି ଷ୍ଟାଡିୟମରେ ଖେଳିବ।

ABOUT THE AUTHOR

...view details