ଓଡିଶା

odisha

ETV Bharat / sports

ଅନଲାଇନରେ ପ୍ରଥମ ପ୍ରତିଷ୍ଠା ଦିବସ ପାଳିଲା ଓଡ଼ିଶା ଏଫସି - ଅନଲାଇନରେ ପ୍ରଥମ ପ୍ରତିଷ୍ଠା ଦିବସ

କୋରୋନା କାରଣରୁ ନିଜର ପ୍ରଥମ ପ୍ରତିଷ୍ଠା ଦିବସ ଅନଲାଇନରେ ପାଳନ କଲା ଓଡ଼ିଶା ଏଫସି । ଉପସ୍ଥିତ ଥିଲେ କ୍ଲବର ପ୍ରମୁଖ୍ୟ ସଦସ୍ୟ ଓ ଖେଳାଳି । ଅଧିକ ପଢ଼ନ୍ତୁ...

Odisha FC first Foundation Day, Odisha FC celebrated foundation day online, ଓଡ଼ିଶା ଏଫସିର ପ୍ରତିଷ୍ଠା ଦିବସ, ପ୍ରଥମ ପ୍ରତିଷ୍ଠା ଦିବସ ପାଳିଲା ଓଡ଼ିଶା ଏଫସି, ଅନଲାଇନରେ ପ୍ରଥମ ପ୍ରତିଷ୍ଠା ଦିବସ, ଭୁବନେଶ୍ବର ଖବର
ଅନଲାଇନରେ ପ୍ରଥମ ପ୍ରତିଷ୍ଠା ଦିବସ ପାଳିଲା ଓଡ଼ିଶା ଏଫସି

By

Published : Sep 7, 2020, 9:13 AM IST

ଭୁବନେଶ୍ବର: ରାଜଧାନୀ ସ୍ଥିତ ଇଣ୍ଡିଆନ ସୁପର ଲିଗ କ୍ଲବ ଓଡ଼ିଶା ଏଫସି ରବିବାର ଏହାର ପ୍ରଥମ ପ୍ରତିଷ୍ଠା ଦିବସ ଭିଡିଓ କନଫରେନସିଂ ମାଧ୍ୟମରେ ପାଳନ କରିଛି ।

କ୍ଲବ ଗତ ବର୍ଷ ଅଗଷ୍ଟ 31 ତାରିଖରେ ପ୍ରତିଷ୍ଠା ହୋଇଥିଲା ଓ ପ୍ରଥମ ଆଇଏସଏଲରେ ଅଂଶଗ୍ରହଣ କରି ପଏଣ୍ଟ ଟେବୁଲରେ ଷଷ୍ଠ ସ୍ଥାନ ଅଧିକାର କରିଥିଲା । 31 ତାରିଖରେ ପ୍ରତିଷ୍ଠା ଦିବସ ଥିଲେ ମଧ୍ୟ କୋରୋନା କାରଣରୁ ବିଳମ୍ବରେ ଉତ୍ସବ ପାଳନ ହୋଇଛି ।

ଏହି ଅନଲାଇନ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗର ସ୍ବତନ୍ତ୍ର ପ୍ରକଳ୍ପ ଓଏସଡି ସୁମିତ ପାଣ୍ଡେ, ଫୁଟବଲ ଆସୋସିଏସନ ଅଫ ଓଡ଼ିଶା (FAO)ର ଯୁଗ୍ମ ସଚିବ ଅଭିଜିତ ପାଲ ଉପସ୍ଥିତ ରହିଥିଲେ ।

କ୍ଲବ ସଭାପତି ରୋହନ ଶର୍ମା ସଭାପତିତ୍ବ କରିଥିଲେ ଯେଉଁଥିରେ କ୍ଲବର ବିଭିନ୍ନ ବିଭାଗର ବହୁ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ । ହେଡ କୋଚ ଷ୍ଟୁଆର୍ଟ ବକ୍ସଟର, ଭାରତୀୟ ଆସିଷ୍ଟାଣ୍ଟ କୋଚ ଷ୍ଟିଭେନ ଡିଆସ, ଫୁଟବଲ ଅପରେସନ୍ସର ମୁଖ୍ୟ ଅଭିକ ଚାଟାର୍ଜୀ, କ୍ଲବ ନିର୍ଦ୍ଦେଶକ ଅଶୋକ ବଜାଜ, ଅର୍ଥ ବିଭାଗ ମୁଖ୍ୟ ଅଜିତ ପଣ୍ଡା ଏବଂ ସେଲ୍ସ ଓ ମାର୍କେଟିଂ ମୁଖ୍ୟ ମୟଙ୍କ ଶର୍ମା ଯୋଗ ଦେଇଥିଲେ ।

ଅନଲାଇନ ମିଟ ସମୟରେ ଓଡ଼ିଶା ଏଫସିର ଭାରତୀୟ ଆନ୍ତର୍ଜାତୀୟ ତାରକା ବିନିତ ରାୟ ଏବଂ ସ୍ଥାନୀୟ ଖେଳାଳି ଶୁଭମ ଷଡଙ୍ଗୀ ମଧ୍ୟ ଉପସ୍ଥିତ ଥିଲେ ଏବଂ OFC ସହିତ ସେମାନଙ୍କର ଏକ ବର୍ଷର ଯାତ୍ରା ଏବଂ ଆଗାମୀ ସିଜନ ପାଇଁ ସେମାନଙ୍କର ଲକ୍ଷ୍ୟ ଏବଂ ଆକାଂକ୍ଷା ବିଷୟରେ କହିଥିଲେ।

@IANS

ABOUT THE AUTHOR

...view details