ଭୁବନେଶ୍ବର: ଓଡିଶା ଏଫ୍ସିର ମୁଖ୍ୟ କୋଚ ପେଟନ ବ୍ୟକ୍ତିଗତ କାରଣରୁ ସ୍ବଦେଶ ଫେରୁଥିବାରୁ ପ୍ରଶିକ୍ଷକ ଦାୟିତ୍ବରୁ ଇସ୍ତଫା ଦେଇଛନ୍ତି । ଅନ୍ତିମ 2ଟି ମ୍ୟାଚରେ ଓଡିଶା ଦଳ ସହ ରହିବେ ନାହିଁ । ଫଳରେ ଶେଷ 2ଟି ମ୍ୟାଚରେ ଓଡିଶାର କୋଚ୍ ଦାୟିତ୍ବ ତୁଲେଇବେ ଷ୍ଟିଭେନ ଡିଆସ୍ ।
ଓଡିଶା ଏଫ୍ସି ପ୍ରଶିକ୍ଷକ ଦାୟିତ୍ବ ଛାଡିଲେ ପେଟନ - ଓଡିଶା ଦଳ
ଓଡିଶା ଏଫ୍ସିର ମୁଖ୍ୟ କୋଚ ପେଟନ ବ୍ୟକ୍ତିଗତ କାରଣରୁ ସ୍ବଦେଶ ଫେରୁଥିବାରୁ ପ୍ରଶିକ୍ଷକ ଦାୟିତ୍ବରୁ ଇସ୍ତଫା ଦେଇଛନ୍ତି । ଅନ୍ତିମ 2ଟି ମ୍ୟାଚରେ ଓଡିଶା ଦଳ ସହ ରହିବେ ନାହିଁ ।

ଓଡିଶା ଏଫ୍ସି ପ୍ରଶିକ୍ଷକ ଦ୍ବାୟିତ୍ବ ଛାଡିଲେ ପେଟନ
ପେଟନ କହିଛନ୍ତି ଯେ, ପାରିବାରିକ କାରଣରୁ ଜାପାନ ଫେରିଯିବି । ଦଳ ସହ ଭଲ ଭାବେ ଉପଭୋଗ କରିଛି । ସମସ୍ତଙ୍କୁ ଧନ୍ୟବାଦ । ପୁଣି ଭାରତକୁ ଭବିଷ୍ୟତରେ ଫେରି ପାରେ ।
ତେବେ କ୍ଲବର ସିଇଓ ରୋହନ ଶର୍ମା ପେଟନଙ୍କୁ ଧନ୍ୟବାଦ ଜଣାଇବା ସହ ସମସ୍ତ କୋଚଙ୍କ ପରିବାର ପାଇଁ ପ୍ରାର୍ଥନା କରିବେ ବୋଲି କହିଛନ୍ତି ।