ଭୁବନେଶ୍ବର: ଶକ୍ତି ସଂଗ୍ରହରେ ଇଣ୍ଡିଆନ ସୁପର ଲିଗ ଟିମ ଓଡିଶା ଏଫସି । ଗତ କିଛିଦିନ ତଳେ ଜଣେ ଷ୍ଟାର ଷ୍ଟାଇକର ଓ ଦକ୍ଷ ମିଡଫିଲ୍ଡରଙ୍କୁ ଦଳରେ ସାମିଲ କରିଛି କ୍ଳବ । ଅଭିଜ୍ଞ ଷ୍ଟୁଆର୍ଟ ବାକ୍ସଟରଙ୍କୁ ଦଳର ମୁଖ୍ୟ କୋଚ ନିଯୁକ୍ତ କରିଛି କ୍ଳବ । ଆଇଏସଏଲର 7ମ ସଂସ୍କରଣ ପାଇଁ ଦୁଇ ବର୍ଷ ପର୍ଯ୍ୟନ୍ତ ଏହି ଚୁକ୍ତି ହୋଇଥିବା ଜଣାପଡିଛି । ଏନେଇ ଓଡିଶା ଏଫସି ଅଫିସିଆଲ ଟ୍ବିଟର ପେଜରେ ସୂଚନା ଦେଇଛି ।
ୟୁକେର ବାସିନ୍ଦା ବାକ୍ସଟରଙ୍କର 25ବର୍ଷରୁ ଅଧିକ କୋଚିଂ ଅଭିଜ୍ଞତା ରହିଛି । ପୂର୍ବରୁ ବାକ୍ସଟର ଦକ୍ଷିଣ ଆଫ୍ରିକା ନ୍ୟାସନାଲ ଫୁଟବଲ ଟିମର କୋଚ ମଧ୍ୟ ରହିଛନ୍ତି । ଏଥିସସହିତ 19 ବର୍ଷରୁ କମ ଇଂଲଣ୍ଡ ଟିମର ମଧ୍ୟ ସଫଳ ମୁଖ୍ୟ କୋଚ ରହିଛନ୍ତି ।