ନୂଆଦିଲ୍ଲୀ: ପ୍ରଖ୍ୟାତ କ୍ରୀଡା ଭାଷ୍ୟକାର ଓ ଲେଖକ ନୋଭି କାପାଡିଆଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ସେ ଭାରତୀୟ ଫୁଟବଲର ସ୍ବର ଥିଲେ । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ ଓ ଗତ ଗୋଟିଏ ମାସ ଧରି ଲାଇଭ ସପୋର୍ଟ ସିଷ୍ଟମରେ ଥିଲେ ।
ବରିଷ୍ଠ ସାମ୍ବାଦିକ, ପ୍ରଖ୍ୟାତ କ୍ରୀଡା ଭାଷ୍ୟକାର ଫୁଟବଲ ସମୀକ୍ଷକନୋଭି କପାଡିଆଙ୍କ ମୃତ୍ୟୁରେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛି ସର୍ବଭାରତୀୟ ଫୁଟବଲ ମହାସଂଘ(AIFF) । ଭାରତୀୟ ଫୁଟବଲର ପ୍ରସାଣରେ ତାଙ୍କର ଅବଦାନ ଅତୁଳନୀୟ । ଟ୍ବିଟ ଯୋଗେ ଶୋକ ବ୍ୟକ୍ତ କରିବା ସହ AIFF ଅମର ଆତ୍ମାର ସଦଗତି କାମନା କରିଛି ।