ଓଡିଶା

odisha

ETV Bharat / sports

ଚମ୍ପିଆନ୍ସ ଲିଗ: ବେୟର୍ନ ମୁନିଚର ବଡ ବିପର୍ଯ୍ୟୟ, କ୍ବାର୍ଟରରୁ ବିଦା ବାର୍ସେଲୋନା - କ୍ବାର୍ଟରଫାଇନାଲରୁ ବାର୍ସେଲୋନାର ବିଦାୟ

ଚଳିତ ଚମ୍ପିଆନ୍ସ ଲିଗରେ ବଡ ବିପର୍ଯ୍ୟୟ ଘଟାଇଛି ବେୟର୍ନ ମୁନିଚ । ବିଶ୍ବ ଫୁଟବଲର ଶ୍ରେଷ୍ଠ ଖେଳାଳି ମେସିଙ୍କ ବାର୍ସେଲୋନା ଟିମକୁ 8-2 ଗୋଲର ବଡ ବ୍ୟବଧାନରେ ହରାଇଛି ବେୟର୍ନ ମୁନିଚ । ଫଳରେ କ୍ବାର୍ଟରଫାଇନାଲରୁ ବିଦାୟ ନେଇଛି ବାର୍ସେଲୋନା ।

Munich smash EIGHT past Barca as Catalans are knocked out of Champions League in humiliating rout
ଚମ୍ପିଆନ୍ସ ଲିଗ: ବେୟର୍ନ ମୁନିଚର ବଡ ବିପର୍ଯ୍ୟୟ, କ୍ବାର୍ଟରରୁ ବିଦା ବାର୍ସେଲୋନା

By

Published : Aug 15, 2020, 7:57 PM IST

ଲିସବନ: ଚଳିତ ଚମ୍ପିଆନ୍ସ ଲିଗରେ ବଡ ବିପର୍ଯ୍ୟୟ ଘଟାଇଛି ବେୟର୍ନ ମୁନିଚ । ବିଶ୍ବ ଫୁଟବଲର ଶ୍ରେଷ୍ଠ ଖେଳାଳି ମେସିଙ୍କ ବାର୍ସେଲୋନା ଟିମକୁ 8-2 ଗୋଲର ବଡ ବ୍ୟବଧାନରେ ହରାଇଛି ବେୟର୍ନ ମୁନିଚ । ଫଳରେ କ୍ବାର୍ଟରଫାଇନାଲରୁ ବିଦାୟ ନେଇଛି ବାର୍ସେଲୋନା ।

ଶୁକ୍ରବାର (ସ୍ଥାନୀୟ ସମୟ) ଖେଳାଯାଇଥିବା ମ୍ୟାଚର ପ୍ରଥମାଅର୍ଦ୍ଧରେ ବାର୍ସୋଲୋନା 4ଟି ଗୋଲରେ ପଛୁଆ ରହିଥିଲା । ଚମ୍ପିଆନ୍ସ ଲିଗ ଇତିହାସରେ ଏହା ପ୍ରଥମ ଘଟଣା ।

ଚମ୍ପିଆନ୍ସ ଲିଗ: ବେୟର୍ନ ମୁନିଚର ବଡ ବିପର୍ଯ୍ୟୟ, କ୍ବାର୍ଟରରୁ ବିଦା ବାର୍ସେଲୋନା

ମ୍ୟାଚ ପୂର୍ବରୁ ଶକ୍ତିଶାଳୀ ଟିମ ଭାବେ ପରିଗଣିତ ହେଉଥିବା ବାର୍ସେଲୋନା ଉପରେ ଭାରୀ ପଡିଥିଲା ବେୟର୍ନ ମୁନିଚ । ସେଭିଲା ଠାରୁ ବର୍ଷ 1946ରେ 8ଟି ଗୋଲ ବ୍ୟବଧାନରେ ପରାଜିତ ହେବାପରେ, ଏହା ଦ୍ବିତୀୟ ମ୍ୟାଚ ହୋଇଛି ।

ପ୍ରଥମ 7ମିନିଟରେ ହିଁ ମ୍ୟାଚରେ ଦୁଇଟି ଗୋଲ ହୋଇଥିଲା । ପ୍ରଥମ ବେୟର୍ନ ମୁନିଚ ପକ୍ଷରୁ ଥୋମାସ ମୁଲର ଗୋଲ କରିବା ପରେ, ଡେଭିଡ ଆଲବା ବାର୍ସେଲୋନା ପକ୍ଷରୁ ସ୍କୋର ବରାବର କରିଥିଲେ । ମାତ୍ର ଆକ୍ରମଣାତ୍ମକ ଅନ୍ଦାଜରେ ଖେଳିବାର ସହ ବେୟର୍ନ ମୁନିଚ ମ୍ୟାଚରେ ସଂପୂର୍ଣ୍ଣ ପ୍ରଭାବ ବିସ୍ତାର କରିଥିଲା । ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ବାର୍କା 1-ରେ ପଛୁଆ ରହିଥିଲା । ମ୍ୟାଚର 21, 27, ଓ 31ତମ ମିନିଟରେ କ୍ରମାଗତ ଗୋଲ କରି ଅଗ୍ରଣୀ ଲାଭ କରିଥିଲା ବେୟର୍ନ ।

ପରେ ଦ୍ବିତୀୟ ଅର୍ଦ୍ଧରେ ମ୍ୟାଚର 57ତମ ମିନିଟରେ ବାର୍ସୋଲୋନାର ଲୁଇସ ସୁଆରେଜ ଗୋଲ କରିଥିଲେ । ଫଳରେ ସ୍କୋର 4-2ରେ ପହଞ୍ଚିଥିଲା । ମାତ୍ର 63ତମ ମିନିଟରେ ଜୋସୁଆ କିମିଚ, 82ତମ ମିନିଟରେ ରୋବର୍ଟ ଲେୱାଣ୍ଡୋସକି, 85ତମ ଓ 89ତମ ମିନିଟରେ ଫିଲିପ କାଉଣ୍ଟିନୋ ଦୁଇଟି ଗୋଲ କରିବା ପରେ ସ୍କୋର 8-2ରେ ପହଞ୍ଚିଥିଲା । ମାଞ୍ଚେଷ୍ଟର ସିଟି ଓ ଲାୟନ ମଧ୍ୟରେ ଖେଳାଯିବାକୁ ଥିବା କ୍ବାର୍ଟରଫାଇନାଲ ମ୍ୟାଚର ବିଜେତା ଅଗଷ୍ଟ 19ରେ ବେୟର୍ନ ମୁନିଚକୁ ସେମିଫାଇନାଲ ମୁକାବିଲାରେ ଭେଟିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details