ଓଡିଶା

odisha

ETV Bharat / sports

କୋରୋନା ମୁକାବିଲା: 20 ଲକ୍ଷ ଟଙ୍କା ଦାନ କରିବ କୋଲକତାର ଏହି ଫୁଟବଲ ଟିମ - Mohun Bagan

କୋରୋନା ମହାମାରୀ ଲଢେଇ ପାଇଁ ପଶ୍ଚିମବଙ୍ଗ ରାଜ୍ୟ ଜରୁରୀକାଳୀନ ରିଲିଫ ପାଣ୍ଠିକୁ ଆଇ-ଲିଗ୍ ଚମ୍ପିଆନ୍ ମୋହନ ବାଗାନ୍ 20 ଲକ୍ଷ ଟଙ୍କା ଦାନ କରିବାକୁ ପ୍ରତିଶୃତି ଦେଇଛି । ଅଧିକ ପଢନ୍ତୁ..

mohun-bagan-pledges-to-donate-rs-20-lakh-to-combat-covid-19
କୋରୋନା ମୁକାବିଲା: 20 ଲକ୍ଷ ଟଙ୍କା ଦାନ କରିବ କୋଲକାତର ଏହି ଫୁଟବଲ ଟିମ

By

Published : Mar 29, 2020, 9:14 AM IST

କୋଲକତା: କୋରୋନା ମହାମାରୀ ଲଢେଇ ପାଇଁ ପଶ୍ଚିମବଙ୍ଗ ରାଜ୍ୟ ଜରୁରୀକାଳୀନ ରିଲିଫ ପାଣ୍ଠିକୁ ଆଇ-ଲିଗ୍ ଚମ୍ପିଆନ୍ ମୋହନ ବାଗାନ୍ 20 ଲକ୍ଷ ଟଙ୍କା ଦାନ କରିବାକୁ ପ୍ରତିଶୃତି ଦେଇଛି । କ୍ଲବର ଅଧିକାରୀ ଟ୍ବିଟ୍ କରି କହିଛନ୍ତି, ମୋହନ ବାଗାନ୍ ଆଥଲେଟିକ୍ କ୍ଲବ୍ ଆମ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦ୍ବାରା ଦିଆଯାଇଥିବା ଆହ୍ବାନରେ ଠିଆ ହେବା ସହ କୋଭିଡ୍-19 ମହାମାରୀର ମୁକାବିଲା ପାଇଁ ପଶ୍ଚିମବଙ୍ଗ ରାଜ୍ୟ ଜରୁରୀକାଳୀନ ସହାୟତା ପାଣ୍ଠିକୁ 20 ଲକ୍ଷ ଟଙ୍କା ଦାନ କରିବାକୁ ନିଷ୍ପତ୍ତି ନେଇଛି ।’

ସମଗ୍ର ବିଶ୍ବରେ ସେଲିବ୍ରିଟିଙ୍କ ସମେତ ବହୁ ସଂଖ୍ୟକ ଲୋକ କୋରୋନା ଭାଇରସ୍ ବିରୋଧରେ ଲଢେଇରେ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ସେମାନଙ୍କ ମଧ୍ୟରେ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର, ଆମେରିକାର ମିଡିଆ ବ୍ୟକ୍ତିତ୍ୱ କିମ କରଡାସିୟାନ ୱେଷ୍ଟ ଏବଂ ଗାୟକ ଟେଲର ସ୍ବିଫ୍ଟ ଅଛନ୍ତି ।

ଏହାପୂର୍ବରୁ ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ଏବଂ ଗୁଜୁରାଟର ରିଲିଫ୍ ପାଣ୍ଠିର ମୁଖ୍ୟମନ୍ତ୍ରୀଙ୍କୁ କୋରୋନା ଭାଇରସ୍ ମହାମାରୀର ମୁକାବିଲା ପାଇଁ 21 ଲକ୍ଷ ଟଙ୍କା ଦାନ କରିବାକୁ ପ୍ରତିଶୃତି ଦେଇଥିଲା । ସେହିପରି ଭାରତୀୟ ସଟଲର ପିଭି ସିନ୍ଧୁ, କ୍ରିକେଟର ସାଂସଦ ଗୌତମ ଗମ୍ଭୀର, ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ରେସଲର ବଜରଙ୍ଗ ପୁନିଆ ମଧ୍ୟ ଏହି କାର୍ଯ୍ୟରେ ସହଯୋଗ କରିଛନ୍ତି ।

ABOUT THE AUTHOR

...view details