ଓଡିଶା

odisha

By

Published : Jul 11, 2021, 3:42 PM IST

ETV Bharat / sports

ବ୍ରାଜିଲକୁ 1-0ରେ ହରାଇ ମେସିଙ୍କ ଆର୍ଜେଣ୍ଟିନା କୋପା ଆମେରିକା ଟାଇଟେଲ ବିଜେତା

28 ବର୍ଷ ପରେ ବ୍ରାଜିଲକୁ ହରାଇ କୋପା ଆମେରିକା ଟାଇଟେଲ ବିଜେତା ହେଲା ଆର୍ଜେଣ୍ଟିନା । ଅଧିକ ପଢନ୍ତୁ...

Messi's Argentina beats Brazil 1-0, wins Copa America title
ବ୍ରାଜିଲକୁ 1-0ରେ ହରାଇ ମେସିଙ୍କ ଆର୍ଜେଣ୍ଟିନା କୋପା ଆମେରିକା ଟାଇଟେଲ ବିଜେତା

ରିଓ ଦେ ଜାନିଏରୋ: ଇତିହାସ ରଚିଲେ ବିଶ୍ବ ଫୁଟବଲର ଅନ୍ୟତମ ଶ୍ରେଷ୍ଠ ଫୁଟବଲ ଖେଳାଳି ଲିଓନେଲ ମେସି । ଦୀର୍ଘ 28 ବର୍ଷ ପରେ ବ୍ରାଜିଲକୁ ହରାଇ କୋପା ଆମେରିକା ଟାଇଟେଲ ବିଜେତା ହେଲା ଆର୍ଜେଣ୍ଟିନା । ଆର୍ଜେଣ୍ଟିନା ଫୁଟବଲ ସୁପରଷ୍ଟାର ମେସିଙ୍କ ଏହା ପ୍ରଥମ ବଡ ଅନ୍ତର୍ଜାତୀୟ ଟ୍ରଫି ।

ରିଓ ଦେ ଜାନିଏରୋର ସ୍ଥାନୀୟ ମାରାକାନା ଷ୍ଟାଡିୟମରେ ଆର୍ଜେଣ୍ଟିନା ପାଇଁ ବିଜୟ ଗୋଲ କରିଥିଲେ ଆଞ୍ଜେଲ ଦି ମାରିଆ । 33 ବର୍ଷୀୟ ଭେଟେରାନ ଷ୍ଟ୍ରାଇକର ବ୍ରାଜିଲର ଦୁର୍ବଳ ଡିଫେଣ୍ଡିଂର ଫାଇଦା ଉଠାଇ ଗୋଲକିପରଙ୍କୁ ଚମକା ଦେବାସହ ଅବିଶ୍ବସନୀୟ ଗୋଲ୍‌ କରିଥିଲେ । ସଂପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ବ୍ରାଜିଲ ପାଇଁ ଏହା ତୃତୀୟ ଗୋଲ ଥିଲା ଯାହାକୁ ଗ୍ରହଣ କରିବାକୁ ଟିମ ବାଧ୍ୟ ହେଇଥିଲା । 1-0ରେ ଆଗୁଆ ହେବାପରେ ଅଧିକ ରକ୍ଷଣାତ୍ମକ ଓ ଯତ୍ନର ସହ ଖେଳିଥିଲା ଆର୍ଜେଣ୍ଟିନା । ବ୍ରାଜିଲର ଫୁଟବଲ ଷ୍ଟାର ନେମାର ଗୋଲ୍‌ କରିବାକୁ ସମସ୍ତ ପ୍ରୟାସ କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଆର୍ଜେଣ୍ଟିନା ଗୋଲକିପର ଏମିଲିଆନୋ ମାର୍ଟିନେଜ ଜମଜାର ପ୍ରଦର୍ଶନ ସହ ବ୍ରାଜିଲକୁ ନିରାଶ କରିଥିଲେ ।

ଗତ ମ୍ୟାଚ୍‌ ତୁଳନାରେ ଫାଇନାଲ ମ୍ୟାଚରେ ମେସିଙ୍କ ପ୍ରଦର୍ଶନ ଉତ୍ସାହଜନକ ନଥିଲା । ମ୍ୟାଚର 88ତମ ମିନିଟରେ ବିଚକ୍ଷଣ ମେସି ଏକ ଚମତ୍କାର ଗୋଲ୍‌ କରିବାକୁ ପ୍ରୟାସ କରିଥିଲେ ମାତ୍ର ବ୍ରାଜିଲ ଗୋଲକିପର୍‌ ତାଙ୍କୁ ଅଟକାଇଥିଲେ ।

ତେବେ ଏହି ଅନ୍ତର୍ଜାତୀୟ ଟାଇଟେଲ ବିଜୟ ମେସିଙ୍କ ପାଇଁ ସାମାନ୍ୟ ଆଶ୍ବସ୍ତିକର ହୋଇଛି । କାରଣ ଜାତୀୟ ଟିମର ନେତୃତୃ ତାଙ୍କ ହାତରେ ଥିବାବେଳେ ଅନ୍ତର୍ଜାତୀୟ ଟ୍ରଫି ଜିତିବାରେ କ୍ରମାଗତ ବିଫଳ ହେଉଥିଲା ଦେଶ । ଫଳରେ ଫୁଟବଲ ସୁପରଷ୍ଟାରଙ୍କୁ ସମାଲୋଚନାର ଶିକାର ମଧ୍ୟ ହେବାକୁ ପଡିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details