ପ୍ୟାରିସ୍:ପ୍ୟାରିସ ସେଣ୍ଟ ଜର୍ମାନ କ୍ଲବ୍ ପାଇଁ ପ୍ରଥମ ଗୋଲ୍ ସ୍କୋର କଲେ ଫୁଟବଲ୍ ଷ୍ଟାର୍ ଲିୟୋନେଲ୍ ମେସୀ । ମେସୀଙ୍କ ଗୋଟିଏ ଗୋଲ ବଳରେ ଚମ୍ପିଆନ୍ସ ଲିଗ୍ର ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ମାଞ୍ଚେଷ୍ଟର ସିଟିକୁ ୨-୦ରେ ମାତ ଦେଇଛି ପିଏସଜି । ମ୍ୟାଚର ୭୪ତମ ମିନିଟ୍ରେ ମେସୀ ମାଞ୍ଚେଷ୍ଟ ସିଟିକୁ ଏକ ଗୋଲ ଦେଇଥିଲେ ।
ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଲିୟୋନେଲ ମେସୀ । ସେ କହିଛନ୍ତି ଯେ, "ପିଏସଜି ପକ୍ଷରୁ ମୋର ପ୍ରଥମ ଗୋଲକୁ ନେଇ ଖୁସି ଲାଗୁଛି । ନିକଟ ଅତୀତରେ ମୁଁ ଅଧିକ ଅଭ୍ୟାସ କରିନାହିଁ । ନୂଆ ଟିମ୍ ସହ ଖାପ ଖୁଆଇବାକୁ ମୁଁ ଚେଷ୍ଟା କରୁଛି । ଦଳ ସହ ଯେତେ ଅଧିକ ଖେଳିବି ସେତେ ଅଧିକ ଦଳ ପାଇଁ ମୋ ପାଇଁ ଭଲ ହେବ ।"