ପାଣାଜି:ଗୋଆର ତିଲକ ମୈଦାନରେ ଖେଳାଯାଇଥିବା ଆଇଏସଏଲର ଦଶମ ମ୍ୟାଚ ଜାମଶେଦପୁର ଏଫସି ଓ ଓଡ଼ିଶା ଏଫସି ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ 2-2 ଗୋଲରେ ଡ୍ର ହୋଇଛି। ମ୍ୟାଚ ଆରମ୍ଭରୁ ହିଁ ଜାମଶେଦପୁର ଏଫସି ଆକ୍ରାମକ ଖେଳ ଖେଳିଥିଲା। ପ୍ରଥମ 15 ମିନିଟ ଭିତରେ ଓଡ଼ିଶାକୁ ପ୍ରଥମ ଗୋଲ ଦେଇଥିଲା ଜାମଶେଦପୁର। ଏହାପରେ ମ୍ୟାଚରେ ଲଗାତାର ଦମଦାର ଖେଳ ପ୍ରଦର୍ଶନ କରିଥିଲା ଜାମଶେଦପୁର।
isl 7: ଜାମଶେଦପୁର ଏଫସି ଓ ଓଡ଼ିଶା ଏଫସି ମଧ୍ୟରେ ମ୍ୟାଚ ଡ୍ର' ମ୍ୟାଚରେ ଜାମଶେଦପୁରର ନେରିଜୁସ ଭାଲସ୍କିସ ଦୁଇଟି ଗୋଲ ଦେଇଥିଲା। ଏହାପରେ ମ୍ୟାଚକୁ ଫେରିବା ଓଡ଼ିଶା ଏଫସି ପକ୍ଷରେ କଷ୍ଟକର ହୋଇପଡ଼ିଥିଲା। ମ୍ୟାଚର ପ୍ରଥମାର୍ଦ୍ଧ(half time) ପର୍ଯ୍ୟନ୍ତ ଓଡ଼ିଶା ଏଫସି ଗୋଲ ଦେବାକୁ କୌଣସି ସୁଯୋଗ ସୃଷ୍ଟି କରିବାରେ ଅସଫଳ ରହିଥିଲା। ଜାମଶେଦପୁର ପକ୍ଷରୁ ମଧ୍ୟ କେତେକ ଗୋଲ ପାଇଁ ସୁଯୋଗ ସୃଷ୍ଟି ହୋଇଥିଲେ ସୁଦ୍ଧା ଏହାକୁ ଗୋଲରେ ପରଣତ କରିବାକୁ ଜାମଶେଦପୁର ଏଫସି ଖେଳାଳି ଅସଫଳ ରହିଥିଲେ।
ମ୍ୟାଚ ଦ୍ବିତୀୟାର୍ଦ୍ଧରେ ରଣନୀତି ବଦଳାଇଥିଲା ଓଡ଼ଶା ଏଫସି। ଦ୍ବିତୀୟାର୍ଦ୍ଧ ଆରମ୍ଭରୁ ହିଁ ଆକ୍ରାମକ ଖେଳ ଦେଖାଇଥିଲା ଓଡ଼ିଶା ଏଫସି। ଦୁହିଁଙ୍କ ମଧ୍ୟରେ ସଂଘର୍ଶପୂର୍ଣ୍ଣ ମ୍ୟାଚ ହୋଇଥିଲା। ମାତ୍ର 17 ମିନିଟ ମଧ୍ୟରେ ପ୍ରଥମ ଗୋଲ ଦେଇଥିଲେ ଓଡ଼ିଶା ଏଫସିର ଡିଏଗୋ ମାରିସିଓ | ଏହାପରେ ଓଡ଼ିଶା ଏଫସି ଗୋଲ ଦେବାକୁ କୌଣସି ସୁଯୋଗ ସୃଷ୍ଟି କରି ପାରିନଥିଲା ଜାମଶେଦପୁର ଏଫସି। ଏହାପରେ ମ୍ୟାଚ ଶେଷ ହେବାର 3 ମିନିଟ ପୂର୍ବରୁ ଜାମଶେଦପୁରକୁ ଆଉ ଏକ ଗୋଲ ଦେଇଥିଲେ ଡିଏଗୋ ମାରିସିଓ। ଫଳରେ ମ୍ୟାଚ 2-2 ଗୋଲରେ ଡ୍ର' ହୋଇଥିଲା। ଦୁଇଟି ଟିମକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଛି।
ବର୍ତ୍ତମାନ ପଏଣ୍ଟ ତାଲିକାରେ ଜାମଶେଦପୁର ଏଫସି ଅଷ୍ଟମ ସ୍ଥାନରେ ରହିଥିବା ବେଳେ ଓଡ଼ିଶା ଏଫସି ନବମ ସ୍ଥାନରେ ରହିଛନ୍ତି। ଦୁଇଟି ଟିମ ବର୍ତ୍ତମାନ ସୁଦ୍ଧା ଦୁଇଟି ମ୍ୟାଚ ଖେଳିଛନ୍ତି। ଦୁଇଟି ଟିମ ଗୋଟିଏ ଲେଖାଏଁ ମ୍ୟାଚ ହାରିଛନ୍ତି।