ଓଡିଶା

odisha

ETV Bharat / sports

ୟୁରୋପା ଲିଗ: ସେମିରେ ମାଞ୍ଚେଷ୍ଟର ୟୁନାଇଟେଡ, ଇଣ୍ଟର ମିଲନ

ଚଳିତ ୟୁରୋପା ଲିଗ ସେମିଫାଇନାଲରେ ପ୍ରବେଶ କରିଛନ୍ତି ମାଞ୍ଚେଷ୍ଟର ୟୁନାଇଟେଡ ଓ ଇଣ୍ଟର ମିଲନ କ୍ଳବ ।

By

Published : Aug 11, 2020, 4:01 PM IST

Manchester United, Inter Milan advance to Europa League semi-finals
ୟୁରୋପା ଲିଗ: ସେମିରେ ମାଞ୍ଚେଷ୍ଟର ୟୁନାଇଟେଡ, ଇଣ୍ଟର ମିଲନ

ହାଇଦ୍ରାବାଦ: ଚଳିତ ୟୁରୋପା ଲିଗ ସେମିଫାଇନାଲରେ ପ୍ରବେଶ କରିଛନ୍ତି ମାଞ୍ଚେଷ୍ଟର ୟୁନାଇଟେଡ ଓ ଇଣ୍ଟର ମିଲନ କ୍ଳବ । କ୍ବାର୍ଟର ଫାଇନାଲ ମ୍ୟାଚରେ କଲୋଜିନରେ ଖେଳାଯାଇଥିବା ମ୍ୟାଚରେ କେପଲହଗେନ କ୍ଳବକୁ 1-0 ଗୋଲରେ ମାତ ଦେଇଛି ମାଞ୍ଚେଷ୍ଟର । ଉଭୟ ଟିମ ମଧ୍ୟରେ ଆକ୍ରମାଣାତ୍ମକ ରଣନୀତି ସହ କଡା ମୁକାବିଲା ଦେଖିବାକୁ ମିଳିଥିଲା । ମ୍ୟାଚର 94 ମିନିଟ ପର୍ଯ୍ୟନ୍ତ ଉଭୟ ଟିମ ଗୋଲ ଶୂନ୍ୟ ରହିଥିଲେ । ମାତ୍ର 95ତମ ମିନିଟରେ ୟୁନାଇଟେଡ କ୍ଳବ ପେନାଲିଟି ହାସଲ କରିଥିଲେ । ପରେ ବର୍ଣ୍ଣୋ ଫଣ୍ଣାଣ୍ଡିସ ଏହି ସୁଯୋଗକୁ ହାତ ଛଡା ନକରି ଗୋଲରେ ପରିଣତ କରିଥିଲେ । ଏଥିସହିତ 1-0ରେ ଟିମକୁ ଆଗୁଆ କରିଥିଲେ । ମାଞ୍ଚେଷ୍ଟର ୟୁନାଇଟେଡ ଅଗଷ୍ଟ 17ରେ ଖେଳାଯିବାକୁ ଥିବା ସେମିଫାଇନାଲ ମୁକାବିଲାରେ ୱଲଭସ କିମ୍ବା ସେଭିଲାକୁ ଭେଟିବ ।

ଅନ୍ୟପଟେ ଇଣ୍ଟର ମିଲନ ବେୟର ଲେଭରକୁସେନ ବିପକ୍ଷ ମ୍ୟାଚରେ 2-1ରେ ବିଜୟୀ ହୋଇଛି । ମିଲନ ପକ୍ଷରୁ ନିକୋଲା ବାରେଲା ମ୍ୟାଚର 15ତମ ମିନିଟରେ ପ୍ରଥମ ଗୋଲ କରିଥିଲେ । ପରେ 21ତମ ମିନିଟରେ ରୋମେଲୁ ଲୁକାକୁ ଦ୍ବିତୀୟ ଗୋଲ କରିଥିଲେ । ତେବେ ଏହାର 3 ମିନିଟ ପରେ ଲେଭରକୁସେନ ପକ୍ଷରୁ କାଇ ହାଭର୍ଟଜ ଗୋଲ କରିଥିଲେ । ମାତ୍ର ଏହା ଇଣ୍ଟର ମିଲନର ବିଜୟକୁ ରୋକିପାରି ନଥିଲା ।

ଅଗଷ୍ଟ 18ରେ ଖେଳାଯିବାକୁ ଥିବା ସେମିଫାଇନାଲ ମୁକାବିଲାରେ ଇଣ୍ଟର ମିଲନ ଏଫ ସି ବାସେଲ କିମ୍ବା ସକ୍ତର ଡୋନଟସକକୁ ଭେଟିବ ।

ABOUT THE AUTHOR

...view details