ବାର୍ସେଲୋନା:55 କୋଟି 5 ଲକ୍ଷ ୟୁରୋରେ ବିକ୍ରି ହେଲେ ଆର୍ଜେଣ୍ଟିନାର ଷ୍ଟାର ଫୁଟବଲ ଖେଳାଳି ଲିଓନେଲ ମେସୀ! ସ୍ପେନ ଫୁଟବଲ କ୍ଲବ ବାର୍ସେଲୋନା ପାଇଁ 4ଟି ସିଜିନ ଖେଳିବାକୁ ସେ ପ୍ରାୟ 67. 3 କୋଟି ଡଲାର ନେଉଥିବା ସୂଚନା ମିଳିଛି। ଫୁଟବଲ ଇତିହାସର ଏହା ସବୁଠାରୁ ମହଙ୍ଗା ଚୁକ୍ତି ବୋଲି ଧରା ଯାଉଯାଉଛି। ଏହାକୁ ନେଇ ସ୍ପେନର ଏକ ସମ୍ବାଦ ପତ୍ର ରିପୋର୍ଟ ପ୍ରକାଶ କରିଛି।
ସ୍ପେନର ସମ୍ବାଦ ପତ୍ର ଅନୁଯାୟୀ ମେସୀ 4ଟି ସିଜିନ ପାଇଁ ଖେଳିବା ସେ 67. 3 କୋଟି ଡଲାର ନେବେ। ଏହାକୁ ନେଇ ଏକ 30 ପୃଷ୍ଠାର ଦସ୍ତାବେଜ ହସ୍ତଗତ ହୋଇଛି। ଏହି ଦସ୍ତାବେଜ ଅନୁଯାୟୀ ମେସୀ ପ୍ରତି ସିଜନ ପାଇଁ 13 କୋଟି 80 ଲକ୍ଷ ନେବେ। ଚଳିତ ବର୍ଷ ଜୁନ ମାସରେ ବାର୍ସେଲୋନା ସହ ମେସୀଙ୍କ ଚୁକ୍ତି ଶେଷ ହେଉଛି। ବର୍ତ୍ତମାନ ସୁଦ୍ଧା ମେସୀ ବାର୍ସେଲୋନାଠାରୁ 51କୋଟି 15 ଲକ୍ଷ 40 ହଜାର ୟୁରୋ ବେତନ ନେଇ ସାରିଛନ୍ତି। 2017 ମସିହାରେ ମେସୀ ବାର୍ସେଲୋନା ସହ ଚୁକ୍ତି କରିଥିଲେ।