କୋଚି: ଇଣ୍ଡିଆନ ସୁପର ଲିଗ ଟିମ କେରଳ ବ୍ଳାଷ୍ଟର୍ସ ନୂଆ ମୁଖ୍ୟ କୋଚ ନିଯୁକ୍ତି କରିଛି । ଆଇ-ଲିଗ ବିଜୟୀ ଟିମ ମୋହୁନ ବେଗାନର କୋଚ କିବୁ ଭିକୁନା କେରଳ ବ୍ଳାଷ୍ଟର୍ସର ନୂଆ ମୁଖ୍ୟ କୋଚ ହୋଇଛନ୍ତି ।
କିବୁ ଭିକୁନା କେରଳ ବ୍ଳାଷ୍ଟର୍ସର ନୂଆ କୋଚ ନିଯୁକ୍ତ - କେରଳ ବ୍ଳାଷ୍ଟର୍ସର ନୂଆ କୋଚ
ଇଣ୍ଡିଆନ ସୁପର ଲିଗ(ISL) ଟିମ କେରଳ ବ୍ଳାଷ୍ଟର୍ସ ନୂଆ ମୁଖ୍ୟ କୋଚ ନିଯୁକ୍ତି କରିଛି । ଆଇ-ଲିଗ ବିଜୟୀ ଟିମ ମୋହୁନ ବେଗାନର କୋଚ କିବୁ ଭିକୁନା କେରଳ ବ୍ଳାଷ୍ଟର୍ସର ନୂଆ ମୁଖ୍ୟ କୋଚ ହୋଇଛନ୍ତି ।
![କିବୁ ଭିକୁନା କେରଳ ବ୍ଳାଷ୍ଟର୍ସର ନୂଆ କୋଚ ନିଯୁକ୍ତ Kerala Blasters appoint Kibu vicuna as head coach](https://etvbharatimages.akamaized.net/etvbharat/prod-images/768-512-6903030-552-6903030-1587615672042.jpg)
ବିଦାୟୀ କୋଚ ଏଲକୋ ସ୍କଟ୍ରିଙ୍କ ଏକବର୍ଷର କାର୍ଯ୍ୟକାଳ କେରଳ ବ୍ଳାଷ୍ଟର୍ସ କ୍ଳବ ସହ ଶେଷ ହୋଇଛି । ଏନେଇ କେରଳ ବ୍ଳାଷ୍ଟର୍ସ ଟ୍ବିଟ ଯୋଗେ ସୂଚନା ଦେଇଛି ।
ଭିକୁନା ମୋହୁନ ବେଗାନ ଟିମର ଅନ୍ୟତମ ସଫଳ କୋଚ ରହିଛନ୍ତି । ଶେଷ 4ଟି ପର୍ଯ୍ୟାୟ ଶେଷ ହେବାକୁ ଥିବାବେଳ କୋରୋନା ଭାଇରସ ଯୋଗୁଁ ଚଳିତ 2019-20 ସିଜିନର ଆଇ-ଲିଗକୁ ବାତିଲ ଘୋଷଣା କରାଯାଇଛି । ଫଳରେ ପଏଣ୍ଟ ଟେବୁଲର ଶୀର୍ଷରେ ଥିବାରୁ ମୋହୁ ବେଗାନକୁ ଚମ୍ପିଆନ ଘୋଷିତ କରାଯାଇଛି । ଟିମର ସଫଳତା ପଛରେ କୋଚ ଭିକୁନାଙ୍କ ସକରାତ୍ମକ ଭୁମିକା ରହିଥିଲା । କୋରୋନା ଭାଇରସ ଲକାଡାଉନ କାରଣରୁ କୋଚ ଭିକୁନା ବର୍ତ୍ତମାନ କୋଲକାତାର ରହିଛନ୍ତି ।