ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଳକ ପାତନା ଖେଳପଡ଼ିଆଠାରେ ମହାଦେବ ରାଣୀ କ୍ଳବ ପକ୍ଷରୁ ୩ୟ ବାର୍ଷିକ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ । ଏଥିରେ ଜିଲ୍ଲା ଓ ଜିଲ୍ଲା ବାହାରୁ ଏକାଧିକ ଟିମ ଅଂଶ ଗ୍ରହଣ କରିଥିଲେ।
ଏହି ଟୁର୍ଣ୍ଣାମେଣ୍ଟ ଦୀର୍ଘ ୪ଦିନ ଧରି ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ମୋଟ ୪୮ଟି ଦଳ ଅଂଶ ଗ୍ରହଣ କରିଥିଲେ । ତେବେ ଫାଇନାଲ ମ୍ୟାଚ ଧୂଳିଆପଶି ଏବଂ ରୟାଲବେଙ୍ଗଲ ଟାଇଗର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ରୟାଲବେଙ୍ଗଲ ୨-୦ ରେ ବିଜୟୀ ହୋଇ ଚମ୍ପିଆନ ହୋଇଥିଲା ।