ଓଡିଶା

odisha

By

Published : Sep 8, 2019, 4:07 AM IST

ETV Bharat / sports

ଅନ୍ତଃ ଗ୍ରାମାଞ୍ଚଳ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟରେ କାଳିଆପାଣିର ବାଜିମାତ୍‌

ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଳକ କାଳିଆପାଣି ମିନି ଷ୍ଟାଡିୟମରେ 3ଦିନ ଧରି ଚାଲିଥିବା ଅନ୍ତଃ ଗ୍ରାମାଞ୍ଚଳ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ତେବେ ଏହି ଟୁର୍ଣ୍ଣାମେଣ୍ଟରେ କାଳିଆପାଣି ଟିମ ଚମ୍ପିଆନ୍‌ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: ସୌରୀକ ଆସୋସିଏସନ ଆନୁକୂଲ୍ୟରେ ଅନୁଷ୍ଠିତ ଅନ୍ତଃ ଗ୍ରାମାଞ୍ଚଳ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଛି। ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଳକ କାଳିଆପାଣି ମିନି ଷ୍ଟାଡିୟମରେ 3ଦିନ ଧରି ଏହି ଟୁର୍ଣ୍ଣାମେଣ୍ଟ ଚାଲିଥିଲା । ଫାଇନାଲ ମ୍ୟାଚରେ କାଳିଆପାଣି ଟିମ ଚିଙ୍ଗୁଡ଼ି ପାଳ ଟିମକୁ ଟାଇ ବ୍ରେକର ଜରିଆରେ ୩-୧ଗୋଲରେ ପରାସ୍ତ କରି ଚମ୍ପିଆନ୍‌ ହୋଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ତେବେ କାଳିଆପାଣି ଟିମକୁ ଚମ୍ପିଆନ୍‌ ଟ୍ରଫି ସହିତ ନଗଦ ରାଶି ପ୍ରଦାନ କରାଯାଇଛି । ତେବେ ଗତ ୪ତାରିଖରେ ଆରମ୍ଭ ହୋଇଥିବା ଏହି 3ଦିନିକିଆ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସୁକିନ୍ଦା ବ୍ଳକର ୮ଟି ପଞ୍ଚାୟତର ଖେଳାଳି ମାନେ ଯୋଗଦେଇଥିଲେ।

ଏହି ଗ୍ରାମାଞ୍ଚଳ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟର ଉଦ୍‌ଯାପିତ ମ୍ୟାଚରେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ।


ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details