ତୁରିନ: ଏଠାରେ ଖେଳାଯାଇଥିବା ଏକ ଅଭ୍ୟାସ ମ୍ୟାଚରେ ଜୁଭେଣ୍ଟାସ ବିଜୟୀ ହୋଇଛି । ଉଡିନେସକୁ 4-1 ଗୋଲରେ ହରାଇ ଏହି ବିଜୟ ହାସଲ କରିଛି ଜୁଭେଣ୍ଟାସ । ଆସନ୍ତା ସପ୍ତାହରେ ଆଟଲେଟିକୋ ମାଦ୍ରିଦ ସହ ଚମ୍ପିଆନ୍ସ ଲିଗ ମ୍ୟାଚ ଥିବାବେଳେ ଏହି ବିଜୟ ଦଳର ମନୋବଳ ବଢାଇବ ।
ଏହି ମ୍ୟାଚରେ ଦଳର ଷ୍ଟାର ଖେଳାଳି ତଥା ପର୍ତ୍ତୁଗାଲ ଷ୍ଟାର ଖ୍ରିଷ୍ଟିଆନ ରୋନାଲଡୋ ଖେଳିନଥିଲେ । ସିରିୟା ଲିଗରେ ଦଳ ଏବେ ଲିଡ କରୁଥିବାବେଳେ ଦ୍ବିତୀୟ ସ୍ଥାନରେ ଥିବା ନପୋଲି ଠାରୁ 19 ପଏଣ୍ଟ ଆଗରେ ରହିଛି । ଆସନ୍ତା ସପ୍ତାହରେ ଚମ୍ପିଆନ୍ସ ଲିଗ ମ୍ୟାଚ ପାଇଁ ଦଳ ଏବେଠାରୁ ପ୍ରସ୍ତୁତି କରୁଥିବାବେଳେ ଏହି ମ୍ୟାଚରେ ନିଜର ବେଞ୍ଚ ଟେଷ୍ଟ କରିଥିଲା ।
ଆଟଲେଟିକୋ ସହ ପ୍ରଥମ ଚରଣରେ 2-0ରେ ପରାସ୍ତ ହୋଇଥିବା ଜୁଭେଣ୍ଟାସ ଦ୍ବିତୀୟ ଚରଣରେ ବିଜୟ ନେଇ ଆଶାବାଦୀ ଅଛି । ଘରୋଇ ପଡିଆରେ ଏହା ଖେଳାଯିବାକୁ ଥିବାରୁ ଏଥିପାଇଁ ଦଳ ଉଦ୍ୟମ କରିବ ବୋଲି ମୁଖ୍ୟ କୋଚ କହିଛନ୍ତି । ଏହା ଜିତିଲେ କ୍ଲବ ଚମ୍ପିଆନ୍ସ ଲିଗର କ୍ବାର୍ଟର ଫାଇନାଲକୁ ଉନ୍ନୀତ ହେବ ।
ଏହି ମ୍ୟାଚରେ ନିଜର ଷ୍ଟାର ପ୍ଲେୟାରଙ୍କୁ ବିଶ୍ରାମ ଦେଇଥିଲା ଜୁଭେଣ୍ଟାସ । ଯୁବ ଖେଳାଳି ଏହାର ସଦୁପଯୋଗ କରିବା ସହ ଚତ୍ମକାର ପ୍ରଦର୍ଶନ କରିଥିଲେ । ବିଜୟ ପରେ କୋଚ ଆସନ୍ତା ଚମ୍ପିଆନ୍ସ ଲିଗରେ ବିଜୟ ନେଇ ଆଶାବାଦୀ ଥିବା କହିଛନ୍ତି । ତେବେ ସିରିଆ ଲିଗରେ ଏବେ ଦଳ ପ୍ରଥମ ସ୍ଥାନରେ ରହିଛି । 24ଟି ବିଜୟ ଏବଂ 3ଟି ଡ୍ର ସହ ମୋଟ 75 ପଏଣ୍ଟ ପାଇ ଲଗାତାର 8 ଥର ପାଇଁ ଏହା ସିରିଆ ଟାଇଟେଲ ଜିତିବାକୁ ଉଦ୍ୟମ କରିବ ।