ଓଡିଶା

odisha

ETV Bharat / sports

‘ମହାମାରୀ ଭଳି ବର୍ଣ୍ଣ ବୈଶମ୍ୟ ଭେଦଭାବକୁ ବନ୍ଦ କରିବାର ଉପାୟ ଦରକାର’ - ବର୍ଣ୍ଣ ବୈଶମ୍ୟ ଭେଦଭାବ

ବର୍ଣ୍ଣ ବୈଶମ୍ୟ ଭେଦଭାବକୁ ବନ୍ଦ କରିବା ପାଇଁ ଇଂଲଣ୍ଡ ସମେତ ବିଶ୍ବର ଅନ୍ୟ ରାଷ୍ଟ୍ରରେ ମଧ୍ୟ ଆନ୍ଦୋଳନ ଜାରି ରହିବା ଦରକାର ବୋଲି କହିଛନ୍ତି ମଞ୍ଚେଷ୍ଟର ସିଟି ଫୁଟବଲର ରହୀମ ଷ୍ଟର୍ଲିଂ । ଅଧିକ ପଢ଼ନ୍ତୁ...

Racism is Just like pandemic, we want to find a solution to stop racism, Sterling, ବର୍ଣ୍ଣ ବୈଶମ୍ୟ ଭେଦଭାବ, ମଞ୍ଚେଷ୍ଟର ସିଟି ଫୁଟବଲର ରହୀମ ଷ୍ଟର୍ଲିଂ
‘ମହାମାରୀ ଭଳି ବର୍ଣ୍ଣ ବୈଶମ୍ୟ ଭେଦଭାବକୁ ବନ୍ଦ କରିବାର ଉପାୟ ଦରକାର’

By

Published : Jun 8, 2020, 5:45 PM IST

ମଞ୍ଚେଷ୍ଟର: ମଞ୍ଚେଷ୍ଟର ସିଟି ଫୁଟବଲର ରହୀମ ଷ୍ଟର୍ଲିଂ ଅନୁଭବ କରିଛନ୍ତି ଯେ ଇଂଲଣ୍ଡ ତଥା ବିଶ୍ବର ଅନ୍ୟାନ୍ୟ ସ୍ଥାନରେ ବିରୋଧ ପ୍ରଦର୍ଶନ ଜାରି ରଖିବାକୁ ଦିଆଯିବା ଦରକାର । କାରଣ ଯେପରି କୋରୋନା ଭାଇରସ ମହାମାରୀର ସମାଧାନ ପାଇଁ ସମସ୍ତେ ଚେଷ୍ଟିତ ସେହିପରି ଜାତି ଓ ବର୍ଣ୍ଣ ବୈଶମ୍ୟ ଭେଦଭାବ ମଧ୍ୟ ଦୂର କରିବା ପାଇଁ ବିରୋଧ ପ୍ରଦର୍ଶନ ଦ୍ବାରା ବାଟ ଖୋଜୁଛନ୍ତି ଆନ୍ଦୋଳନକାରୀ ।

ଗତ ମାସରେ ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁ ପରେ ସାରା ବିଶ୍ବରେ ଖାସ କରି ଆମେରିକାରେ ଜାତି ଓ ବର୍ଣ୍ଣ ଭେଦଭାବ ଉପରେ ପ୍ରଦର୍ଶନ ଆରମ୍ଭ ହୋଇଥିଲା ।

ଡେରେକ ଚୌଭିନ ନାମକ ଜଣେ ପୋଲିସ ଅଧିକରୀ 46 ବର୍ଷୀୟ ଫ୍ଲଏଡଙ୍କ ବେକକୁ ଆଣ୍ଠୁରେ ମାଡି଼ ବସିଥିଲେ, ଫ୍ଲଏଡ ବାରମ୍ବାର କହୁଥିଲେ ଯେ, ‘‘ମୁଁ ନିଶ୍ବାସ ନେଇ ପାରୁନାହିଁ ମତେ ଦୟାକରି ମତେ ଛାଡିଦିଅ’’ । କିନ୍ତୁ ଅଧିକାରୀ ଜଣକ ଛାଡି ନଥିଲେ ଓ ଫ୍ଲଏଡଙ୍କର ମୃତ୍ୟୁ ହୋଇଥିଲା ।

ତେବେ ଏକ ଚାଟ ସୋରେ ଷ୍ଟର୍ଲିଂ କହିଛନ୍ତି ଯେ, ‘‘କୋରୋନା ମହାମାରୀ ଭଳି, ଆମେ ଏହାକୁ ରୋକିବା ପାଇଁ ଏକ ସମାଧାନ ଖୋଜିବାକୁ ଚାହୁଁଛୁ।’’

‘‘ତେଣୁ ଏହି ସମସ୍ତ ବିକ୍ଷୋଭକାରୀମାନେ ଏହା ହିଁ କରୁଛନ୍ତି। ସେମାନେ ଦେଖୁଥିବା ଅନ୍ୟାୟକୁ ରୋକିବା ପାଇଁ ସେମାନେ ଉପାୟ ଖୋଜିବାକୁ ଚେଷ୍ଟା କରୁଛନ୍ତି ଏବଂ ସେମାନେ ଏକ କାରଣ ନେଇ ସଂଗ୍ରାମ କରୁଛନ୍ତି ।’’

‘‘ଯେପର୍ଯ୍ୟନ୍ତ ସେମାନେ ଶାନ୍ତିପୂର୍ଣ୍ଣ ଏବଂ ନିରାପଦରେ ଏହା କରୁଛନ୍ତି, କାହାକୁ ଆଘାତ ଦେଉ ନାହିନ୍ତି କିମ୍ବା କୌଣସି ଷ୍ଟୋର ଭାଙ୍ଗି ନାହାନ୍ତି, ସେମାନେ ଏହି ଶାନ୍ତିପୂର୍ଣ୍ଣ ଉପାୟରେ ବିରୋଧ ଜାରି ରଖନ୍ତୁ,’’ ବୋଲି ଷ୍ଟର୍ଲିଂ କହିଛନ୍ତି ।

ଚଳିତ ମାସରେ ପ୍ରିମିୟର ଲିଗ୍ ପଡ଼ିଆକୁ ଫେରିବା ପରେ ଷ୍ଟର୍ଲିଂ ମଞ୍ଚେଷ୍ଟର ସିଟି ଦଳର ଏକ ଅଂଶ ହେବାକୁ ଯାଉଛନ୍ତି।

@IANS

ABOUT THE AUTHOR

...view details