ଜାମସେଦପୁର: ଇଣ୍ଡିଆନ ସୁପର ଲିଗ (ଆଇଏସଏଲ)ର 2020-21 ସଂସ୍କରଣ ପୂର୍ବରୁ ଜାମସେଦପୁର ଏଫସି ନୂଆ ମୁଖ୍ୟ କୋଚ ନିଯୁକ୍ତ କରିଛି । ଓଇନ କୋଏଲ ଦଳର ନୂତନ କୋଚ ନିଯୁକ୍ତ ହୋଇଛନ୍ତି ।
2019-20 ଆଇଏସଏଲ ସିଜିନରେ କୋଏଲଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ପଏଣ୍ଟ ଟେବୁଲର ନିମ୍ନରେ ଥିବା କ୍ଳବକୁ ସେ ଫାଇନାଲ ପର୍ଯ୍ୟନ୍ତ ନେଇଯାଇଥିଲେ । 54 ବର୍ଷୀୟ କୋଏଲ ସର୍ବଦା ଆକ୍ରମଣାତ୍ମକ ଫୁଟବଲରେ ବିଶ୍ବାସ ରଖନ୍ତି ।
ଜାମସେଦପୁରର ଫୁଟବଲରେ ରହିଛି ନିଆରା କୀର୍ତ୍ତୀମାନ । ତୃଣମୃଳ ସ୍ଥରରେ ଫୁଟବଲ ପ୍ରତିଭାଙ୍କୁ ପ୍ରଶିକ୍ଷଣ ପରେ ସୁଯୋଗ ପଇଁ କ୍ଳବର ଖ୍ୟାତି ରହିଛି । ଟାଟା ଫୁଟବଲ ଏକାଡେମୀ ସହ ଅନ୍ୟ ଏକାଡେମୀ ମଧ୍ୟ ଫୁଟବଲ ଅଭ୍ୟାସ ପାଇଁ ଆବଶ୍ୟକୀୟ ଭିତ୍ତିଭୁମି ପ୍ରଦାନ କରିଆସୁଛି । ଏହା କହିଛନ୍ତି କୋଏଲ ।