ଓଡିଶା

odisha

ETV Bharat / sports

ବାର୍ସେଲୋନାରେ ମେସି ଯୁଗର ଶେଷ

ଲିଓନେଲ ମେସି ଓ ବାର୍ସେଲୋନା ଏଫସି କ୍ଳବର ଦୀର୍ଘ ୨୧ ବର୍ଷର ସଂପର୍କ ଶେଷ ହେବାକୁ ଯାଉଛି । ଅଧିକ ପଢନ୍ତୁ...

It's official: Messi won't stay at Barcelona
It's official: Messi won't stay at Barcelona

By

Published : Aug 6, 2021, 1:03 PM IST

ବାର୍ସୋଲୋନା: ସମସ୍ତ କଳ୍ପନା ଜଳ୍ପନା ଅନ୍ତ ଘଟିଛି । ବାର୍ସେଲୋନାରୁ ଅଲଗା ହେବେ ଲିଓନେଲ ମେସି । ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଫୁଟବଲ ଖେଳାଳି ଲିଓନେଲ ମେସି ଓ ବାର୍ସେଲୋନା ଏଫସି କ୍ଳବର ଦୀର୍ଘ ୨୧ ବର୍ଷର ସଂପର୍କ ଶେଷ ହେବାକୁ ଯାଉଛି । La Liga ନିୟମ ଅନୁୟାୟୀ ମେସି FC ବାର୍ସେଲୋନା କ୍ଳବରେ ରହିପାରିବେ ନାହିଁ କିମ୍ବା କ୍ଳବ ପକ୍ଷରୁ ଖେଳିବାର ନଜର ଆସିବେ ନାହିଁ । ଏନେଇ ସ୍ପାନିସ ଲିଗ କ୍ଳବ, ବାର୍ସେଲୋନା ଘୋଷଣା କରିଛି ।

ଫଳରେ ଏହି ଘୋଷଣା ଆର୍ଜେଣ୍ଟିନା ଫୁଟବଲ ଷ୍ଟାରଙ୍କ ସହିତ କ୍ଳବର ଦୀର୍ଘ ୨୧ ବର୍ଷର ସଂପର୍କ ଶେଷ କରିଛି । ବାର୍ସେଲୋନା ପକ୍ଷରୁ ମେସି ଖେଳିଛନ୍ତି ୭୭୮ ମ୍ୟାଚ, ଓ ଅବିଶ୍ବସନୀୟ ୬୭୨ଟି ଗୋଲ୍‌ କରିଛନ୍ତି । ଏହି ସମୟରେ ସେ ବାର୍ସେଲୋନାକୁ ୧୦ଟି La Liga ଓ ୪ଟି ଚମ୍ପିଆନ୍ସ ଲିଗ ଟାଇଟେଲ ବିଜେତା କରାଇଛନ୍ତି ।

FC ବାର୍ସେଲୋନା ସହିତ ଲିଓନେଲ ମେସିଙ୍କ ସଂପର୍କ ଶେଷ ହେଉଥିବା ଖବର ବେଶ କିଛିଦିନ ଧରି ଚର୍ଚ୍ଚାରେ ରହିଥିଲା । କେବେ କ୍ଲବ ପକ୍ଷରୁ ସଫେଇ ଦିଆଯାଥିଲା ତ କେବେ ମେସିଙ୍କ ପକ୍ଷରୁ କ୍ଳବ ସହ ରହିବାକୁ ବୟାନ ଆସୁଥିଲା । ଏପରିକି ପୁରୁଣା ଚୁକ୍ତି ଶେଷ ପରେ ନୂଆ ଚୁକ୍ତି କରିବାକୁ କ୍ଳବ ଓ ମେସି ପ୍ରୟାସ କରିଥିଲେ । ଏହାସତ୍ତ୍ବେ ଆର୍ଥିକ ଏବଂ ଗଠନମୂଳକ ପ୍ରତିବନ୍ଧକ କାରଣ ପାଇଁ (ସ୍ପାନିସ ଲିଗା ନିୟମ) ଅନୁଯାୟୀ ନୂଆ ଚୁକ୍ତି ସମ୍ଭବ ନୁହେଁ ବୋଲି ଏଫସି ବାର୍ସେଲୋନା ଗୁରୁବାର ଘୋଷଣା କରିଛି । ଜୁନ ୩୦ରେ କ୍ଳବ ସହ ତାଙ୍କର ଚୁକ୍ତି ଶେଷ ହୋଇଥିଲା ।

ଗତ ମାସରେ ମେସି ଆର୍ଜେଣ୍ଟିନାକୁ ପ୍ରଥମ କୋପା ଆମେରିକା ଟାଇଟେଲ ବିଜେତା କରାଇଥିଲେ । ନୂଆ ଚୁକ୍ତି ସମ୍ଭବ ନହେବା ଜଣାପଡିବା ପରେ FC Barcelona ମେସିଙ୍କୁ କ୍ଳବ ପାଇଁ ସମସ୍ତ ଅବଦାନ ପାଇଁ ଧନ୍ୟବାଦ ଜଣାଇଛି ଓ ଭବିଷ୍ୟତ ପାଇଁ ଶୁଭକାମନା କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details