ରୋମ୍: ଖୁବଶ୍ରୀଘ୍ର ଇଟାଲିକୁ ଫେରିବ ଫୁଟବଲ । ଇଟାଲୀ ସରକାରଙ୍କ ସବୁଜ ସଙ୍କେତ ପରେ, ଜୁନ 20ରେ ଦେଶର ଶ୍ରେଷ୍ଠ ଫୁଟବଲ ଲିଗ ସିରିଏ ଏ ଆରମ୍ଭ ହେବାକୁ ଯାଉଛି ।
କୋରୋନା ଭାଇରସ ଲକଡାଉନ ପୂର୍ବରୁ ପ୍ରାୟ 12 ସପ୍ତାହ ପୂର୍ବେ ଶେଷ ଫୁଟବଲ ମ୍ୟାଚ ଖେଳାଯାଇଥିଲା ।

ତେବେ ଜୁନରେ ସିରିଏ ଏ' ଆରମ୍ଭ ନେଇ ଇଟାଲି କ୍ରୀଡାମନ୍ତ୍ରୀ ଭିନସେଞ୍ଜୋ ସ୍ପାଦାଫୋରା ସୂଚନା ଦେଇଛନ୍ତି । ଅନୁମତି ନେଇ ଘୋଷଣା ପୂର୍ବରୁ ପ୍ରାୟ 1ଘଣ୍ଟା ଧରି ଇଟାଲିଆନ ଫୁଟବଲ ଫେଡେରେସନ, ସିରିଏ ଏ ପ୍ରଥିନିଧି , ଖେଳାଳି, କୋଚ ଓ ରେଫ୍ରିଙ୍କ ସହ ଆଲୋଚନା କରିଥିଲେ କ୍ରୀଡାମନ୍ତ୍ରୀ ।
ପୂର୍ବରୁ ଚଳିତ ମାସରେ ସିରିଏ ଏର 20 ଟିମ ମଧ୍ୟରୁ 16ଟି ଟିମ୍ ଜୁନ 13ରେ ଫୁଟବଲ ଆରମ୍ଭ ନେଇ ମତ ଦେଇଥିଲେ । 4ଟି ଟିମ ଜୁନ 20ରେ ଆରମ୍ଭ ପାଇଁ ମତଦାନ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ