ବାମ୍ବୋଲିମ: ଚଳିତ ଇଣ୍ଡିଆନ ସୁପର ଲିଗରେ ପ୍ରଥମ ବିଜୟ ସନ୍ଧାନରେ ଓଡିଶା ଏଫସି । ଶନିବାର ଜିଏମସି ଷ୍ଟାଡିୟମରେ ଏଫସି ଗୋଆ ବିପକ୍ଷରେ ପଞ୍ଚମ ମ୍ୟାଚ ଖେଳିବ ଓଡିଶା ।
ଭୁବନେଶ୍ବରସ୍ଥିତ ଫ୍ରାଞ୍ଚାଇଜ ଓଡିଶା ଏଯାବତ ଖେଳିଥିବା ମ୍ୟାଚରେ ସଂଘର୍ଷ କରୁଥିବାର ଦେଖାଯାଇଛି । 4ଟି ମ୍ୟାଚରୁ 3ଟି ମ୍ୟାଚରେ କୌଣସି ଗୋଲ୍ ସ୍କୋର କରିବାରେ ସଫଳ ହୋଇପାରିନି ଦଳ ।
ଫଳରେ ପଏଣ୍ଟ ତାଲିକାର ଶେଷ ଭାଗରେ ସନ୍ତୁଷ୍ଟ ହେବାକୁ ପଡିଛି । ଅନ୍ୟପଟେ ତାଲିକାର ଷଷ୍ଠ ସ୍ଥାନରେ ଥିବା ଏଫସି ଗୋଆ ବିଜୟ ଲକ୍ଷ୍ୟରେ ରହିଛି ।