ଓଡିଶା

odisha

ETV Bharat / sports

ଗେରୀ ପେଟୋନ ହେଲେ ଓଡ଼ିଶା ଏଫସିର ନୂଆ ଆସିଷ୍ଟାଣ୍ଟ କୋଚ - ଗେରୀ ପେଟୋନ

ଓଡ଼ିଶା ଏଫସିର ନୂଆ ଆସିଷ୍ଟାଣ୍ଟ କୋଚ ଭାବେ ଯୋଗ ଦେଲେ ପୂର୍ବତନ ଇରିଶ ନ୍ୟାସନାଲ ଖେଳାଳି ଗେରୀ ପେଟୋନ । ସ୍ବାଗତ କଲେ ଓଏଫସି ଅଧ୍ୟକ୍ଷ ରୋହନ ଶର୍ମା । ଅଧିକ ପଢ଼ନ୍ତୁ...

ISL, Gerry Peyton as assistant coach of Odisha FC, Gerry Peyton, Odisha FC, ଓଡ଼ିଶା ଏଫସିର ନୂଆ ଆସିଷ୍ଟାଣ୍ଟ କୋଚ, ଗେରୀ ପେଟୋନ, ଓଏଫସି ଅଧ୍ୟକ୍ଷ ରୋହନ ଶର୍ମା
ଗେରୀ ପେଟୋନ ହେଲେ ଓଡ଼ିଶା ଏଫସିର ନୂଆ ଆସିଷ୍ଟାଣ୍ଟ କୋଚ

By

Published : Jun 26, 2020, 8:55 PM IST

ଭୁବନେଶ୍ବର: ଇଣ୍ଡିଆନ ସୁପର ଲିଗର ସପ୍ତମ ସଂସ୍କରଣକୁ ଦୃଷ୍ଟିରେ ରଖି ଶୁକ୍ରବାର ଓଡ଼ିଶା ଏଫସି ଗେରୀ ପେଟୋନଙ୍କୁ ଦଳର ନୂଆ ଆସିଣ୍ଟାଣ୍ଟ କୋଚ ଭାବେ ସାଇନ କରାଯାଇଥିବା ଘୋଷଣା କରିଛି ।

64 ବର୍ଷୀୟ ପେଟୋନ ଭୁବନଶ୍ବର ସ୍ଥିତ ଦଳ ପାଇଁ ଦୁଇ ବର୍ଷର ଡିଲ ସାଇନ କରିଥିବା ଜଣାପଡ଼ିଛି । ପେଟୋନ ଅନେକ ଗୁଡ଼ିଏ ପ୍ରତିଷ୍ଠିତ କ୍ଲବ ଯଥା, ୱେଷ୍ଟ ହମ ୟୁନାଇଟେଡ, ଏଭରଟନ, ଫୁଲହମ ପାଇଁ ଖେଳିବା ସହ ଆର୍ସେନାଲ ଓ ଫୁଲହମ ଭଳି କ୍ଲବର କୋଚିଂ ଟିମର ସଦସ୍ୟ ରହିଛନ୍ତି ।

ଓଡ଼ିଶା ଏଫସିରେ ଯୋଗଦେବା ପୂର୍ବରୁ ଏହି ପୂର୍ବତନ ଇରିଶ ନ୍ୟାସନାଲ ଖେଳାଳି ଜାପାନର ଫୁଟବଲ କ୍ଲବ ଶିମିଜୁ ଏସ-ଫ୍ଲସର ଆସିଷ୍ଟାଣ୍ଟ ମ୍ୟାନେଜର ଥିଲେ ।

ନୂଆ ଆସିଷ୍ଟାଣ୍ଟ କୋଚଙ୍କୁ ସ୍ବାଗତ କରି ଓଡି଼ଶା ଏଫସି ଅଧ୍ୟକ୍ଷ ରୋହନ ଶର୍ମା କହିଛନ୍ତି ଯେ, ‘‘ଗେରୀଙ୍କ ଭଳି ସାମର୍ଥ୍ୟ ଥିବା ଜଣେ ବ୍ୟକ୍ତିଙ୍କୁ ପାଇଁ ମୁଁ ବହୁତ ଖୁସି ଯିଏକି ଏହି ବର୍ଷ ଆମକୁ ସାହାଯ୍ୟ କରିବେ । ଆର୍ସେନାଲରେ ତାଙ୍କର 15 ବର୍ଷର କ୍ୟାରିୟର ଆମ ଖେଳାଳିଙ୍କୁ ଖାସ କରି ଗୋଲକିପରଙ୍କୁ ବେଶ୍‌ ସହାୟକ ହେବ । ସେ ଏମିତି ଜଣେ ବ୍ୟକ୍ତିତ୍ବ ଯିଏ ଆମକୁ ପଡ଼ିଆ ଭିତରେ ତଥା ବାହାରେ ଦକ୍ଷ ହେବାରେ ସହାୟକ ହୋଇ ପାରିବେ ।’’

ପେଟୋନ ମଧ୍ୟ ଓଡ଼ିଶା ଏଫସିରେ ଯୋଗ ଦେବା ପରେ କହିଛନ୍ତି, ‘‘ମୁଁ ଭାରତରେ ମୋର ବନ୍ଧୁ ଓ ସହକର୍ମୀ ଷ୍ଟୁଆର୍ଟ ବ୍ୟାକଷ୍ଟରଙ୍କ ସହିତ ତଥା ଅନ୍ୟ ଷ୍ଟାଫ ଓ ଖେଳାଳିଙ୍କ ସହ କାର୍ଯ୍ୟ କରିବାକୁ ଉତ୍ସାହିତ ଅଛି । ଏକା ସାଙ୍ଗରେ ଆମେ ଓଡ଼ିଶା ଏଫସିରେ ଏକ ସଫଳ ପ୍ରକଳ୍ପ ନିର୍ମାଣରେ ସହାୟକ ହେବା ସହ ଓଡ଼ିଶା ପାଇଁ ବର୍ଷ ବର୍ଷ ଧରି ଏକ ଉତ୍ତରଦାୟିତ୍ବ ଛାଡ଼ିଯିବୁ ବୋଲି ମୋର ଆଶା ।’’

@IANS

ABOUT THE AUTHOR

...view details