ଓଡିଶା

odisha

ଜାମସେଦପୁର ଏଫସି ସହ ସାମିଲ ହେଲେ ଲାଲନଫେଲା ଓ ଭୁପେନ୍ଦର

By

Published : Sep 14, 2020, 2:13 PM IST

ଜାମସେଦପୁର ଏଫସି 2020-21 ସିଜନ ଆରମ୍ଭ ହେବା ପୂର୍ବରୁ 2ଯୁବ ଖେଳାଳିଙ୍କୁ ଟିମରେ ସାମିଲ କରିଛି ।

ଜାମସେଦପୁର ଏଫସି ସହ ସାମିଲ ହେଲେ ଲାଲନଫେଲା ଓ ଭୁପେନ୍ଦର
ଜାମସେଦପୁର ଏଫସି ସହ ସାମିଲ ହେଲେ ଲାଲନଫେଲା ଓ ଭୁପେନ୍ଦର

ଜାମସେଦପୁର: ଆଇଏସଏଲର ଫ୍ରାଞ୍ଚାଇଜ ଟିମ ଜାମସେଦପୁର ଏଫସି 2020-21 ସିଜନ ଆରମ୍ଭ ହେବା ପୂର୍ବରୁ 2ଯୁବ ଖେଳାଳିଙ୍କୁ ଟିମରେ ସାମିଲ କରିଛନ୍ତି । ଫରଓ୍ବାର୍ଡ ଓ୍ବିଲିୟମ ଲାଲନଫେଲା ଓ ଭୁପେନ୍ଦର ସିଂଙ୍କୁ ଆଗାମୀ 3ବର୍ଷ ପାଇଁ ଟିମରେ ସାମିଲ କରିଛି ଜାମସେଦପୁର ।

25ବର୍ଷୀୟ ଲାଲାନଫେଲା ଜାମସେଦପୁର ଏଫସି ସହ ଚୁକ୍ତି ପରେ କହିଛନ୍ତି ଯେ, ମୁଁ ଏହି ପ୍ରତିଷ୍ଠିତ କ୍ଲବ ସହ ଯୋଡି ହୋଇ ବହୁତ ଖୁସି ଅଛି । ଯେବେଠାରୁ ଖେଳିବା ଆରମ୍ଭ କରିଛି ମୋର ସ୍ବପ୍ନ ଥିଲା ଆଇଏସଏଲ ପାଇଁ ଖେଳିବା । ଏହି କ୍ଲବ ଏହି ସୁଯୋଗ ଦେଇଛି ଓ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବା ପାଇଁ ମୁଁ ଚେଷ୍ଟା କରିବି ।

ଏଥିସହ ଭୁପେନ୍ଦର ସ୍ପେନର ଟେରସେରା ଡିଭିଭନ କ୍ଲବର ଅଣ୍ଡର-19 ଟିମ, ଅଲମ୍ପିକ ଜାଟିଓ୍ବା ପକ୍ଷରୁ ପ୍ରତିନିଧିତ୍ବ କରିଛନ୍ତି ।

ABOUT THE AUTHOR

...view details