କୋଚି: ଇଣ୍ଡିଆନ ସୁପର ଲିଗର 2020-21 ସଂସ୍କରଣ ପୂର୍ବରୁ, ଗୋଲକିପର ଆଲବିନୋ ଗୋମ୍ସଙ୍କୁ ଟିମରେ ସାମିଲ କରିଛି କେରଳ ବ୍ଳାଷ୍ଟର୍ସ ଏଫସି । ଆଲବିନୋ ପୂର୍ବରୁ ମୁମ୍ବାଇ ସିଟି ଏଫସି, ଦିଲ୍ଲୀ ଡାଇମଣ୍ଡସ ଏଫସି ପକ୍ଷରୁ ଖେଳିଛଥନ୍ତି । ସଦ୍ୟତମ ଭାବେ ଓଡିଶା ଏଫସି କ୍ଳବ ସହ ସଂପର୍କ ଛିନ୍ନ କରି କେରଳରେ ଯୋଗ ଦେଇଛନ୍ତି ।
ISL: କେରଳ ବ୍ଲାଷ୍ଟର୍ସ କ୍ୟାମ୍ପରେ ଗୋଲକିପର ଆଲବିନୋ ଗୋମ୍ସ - କେରଳ ବ୍ଲାଷ୍ଟର୍ସ କ୍ୟାମ୍ପରେ ଆଲବିନୋ ଗୋମ୍ସ
ଇଣ୍ଡିଆନ ସୁପର ଲିଗର 2020-21 ସଂସ୍କରଣ ପୂର୍ବରୁ, ଗୋଲକିପର ଆଲବିନୋ ଗୋମ୍ସଙ୍କୁ ଟିମରେ ସାମିଲ କରିଛି କେରଳ ବ୍ଳାଷ୍ଟର୍ସ ଏଫସି ।

2016-17 ଆଇ-ଲି ସଂସ୍କରରେ ଆଇଜଲ ଏଫସି ପକ୍ଷରୁ ମଧ୍ୟ ପ୍ରତିନିଧିତ୍ବ କରିଛନ୍ତି । ବର୍ଷ 2016ରେ AFC 23 ବର୍ଷରୁ କମ କ୍ବାଲିଫାୟାର୍ସ ପାଇଁ ପୂର୍ବତନ ଜାତୀୟ ମୁଖ୍ୟ କୋଚ ଷ୍ଟିଫେନ କନଷ୍ଟାଟିନ ଭାରତୀୟ 23ବର୍ଷରୁ କମ ଫୁଟବଲରେ ଆଲବିନୋଙ୍କୁ ଚୟନ କରିଥିଲେ । କେରଳ ବାଷ୍ଟର୍ସରେ ଯୋଗ ଦେବା ପରେ କ୍ଳବର ନିର୍ଦ୍ଦେଶକ କାରଲୋଇସ ସିଙ୍କିସ ଖୁସିବ୍ୟକ୍ତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି । ଆକର୍ଷଣୀୟ ପ୍ରତିଭା ଦ୍ବାରା ଆଲବିନୋ ଟିମର ଜଣେ ପ୍ରମୁଖ ସଦସ୍ୟ ହେବେ ବୋଲି ଆଶାବାଦୀ ଥିବା କହିଛନ୍ତି ।
ଅନ୍ୟପଟେ କେରଳ ବାଷ୍ଟର୍ସରେ ଯୋଗଦେବା ପରେ ଆଲବିନୋ ବହୁତ ଖୁସି ବୋଲି କହିଛନ୍ତି । ଆଗାମୀ ଆଇଏସଏଲ ସଂସ୍କରଣରେ ସର୍ବାଧିକ ଉତ୍ସାହୀ ପ୍ରଶଂସକଙ୍କ ସାମ୍ନାରେ ଭଲ ପ୍ରଦର୍ଶନ ପାଇଁ ଲକ୍ଷ୍ୟ ରହିବ ବୋଲି କହିଛନ୍ତି ।