ପାଣାଜି:ଆଇଏସଏଲର ସପ୍ତମ ସଂସ୍କରଣର ଆଜି ଖେଳାଯିବ 4ର୍ଥ ମ୍ୟାଚ । ନୂଆ ପ୍ରଶିକ୍ଷକ ଓ ଅଧିନାୟକଙ୍କ ନେତୃତ୍ବରେ ଜିଏମ୍ସି ଷ୍ଟାଡିୟମ (ବାମ୍ବୋଲିମ-ଗୋଆ)କୁ ଓହ୍ଲାଇବ ଓଡିଶା ଏଫସି ଦଳ । ତେବେ ଆଜିର ହାଇଦ୍ରାବାଦ ଏଫ୍ସି ବିପକ୍ଷ ମ୍ୟାଚର ଓଡିଶା କ୍ଲବ୍ର ଲୋକାଲ ପ୍ଲେୟାର ଶୁଭମ ଷଡଙ୍ଗୀ ନଜର ଆସିବେ । କୋରୋନା କଟକଣା ଯୋଗୁଁ ଚଳିତ ଆଇଏସଏଲ କେବଳ ଗୋଆରେ ହିଁ ସୀମିତ ରହିଛି ।
ଏପଟେ ଶୁଭମ ଷଡଙ୍ଗୀ ଓଡିଶାରୁ ସେମାନଙ୍କୁ ସମର୍ଥନ କରିବାକୁ କହିଛନ୍ତି । ଏଥିସହ ସେ କହିଛନ୍ତି, ଆମେ ଷ୍ଟାଡିୟମକୁ ଓ ଫ୍ୟାନ୍ସଙ୍କ ଚିୟର୍ସକୁ ମିସ୍ କରିବୁ ।