ଓଡିଶା

odisha

ISL: ଶେଷ ମ୍ୟାଚରେ ବିଜୟୀ ଓଡିଶା ଏଫସି

By

Published : Feb 27, 2021, 10:48 PM IST

ଶେଷ ମ୍ୟାଚରେ ଏସସି ଇଷ୍ଟ ବେଙ୍ଗଲକୁ 6-5 ଗୋଲ୍‌ରେ ହରାଇ ଇଣ୍ଡିଆନ ସୁପର ଲିଗର ସପ୍ତମ ସଂସ୍କରଣରେ ଓଡିଶା ଏଫସି ଅଭିଯାନ ଶେଷ କରିଛି । ଅଧିକ ପଢନ୍ତୁ...

ISL 7: Odisha defeat East Bengal in 11-goal thriller
ISL: ଶେଷ ମ୍ୟାଚରେ ବିଜୟୀ ଓଡିଶା ଏଫସି

ପଣଜୀ: ଇଣ୍ଡିଆନ ସୁପର ଲିଗର ସପ୍ତମ ସଂସ୍କରଣରେ ଓଡିଶା ଏଫସି ଅଭିଯାନ ଶେଷ କରିଛି । ତେବେ ଶନିବାର ଖେଳିଥିବା ଶେଷ ମ୍ୟାଚରେ ଏସସି ଇଷ୍ଟ ବେଙ୍ଗଲକୁ 6-5 ଗୋଲ୍‌ରେ ହରାଇଛି ଦଳ । ଚଳିତ ସିଜିନରେ ବିଜୟ ପାଇଁ ସଂଘର୍ଷ କରୁଥିବା ଟିମ ଓଡିଶାକୁ ଶେଷରେ ପ୍ରତିକ୍ଷୀତ ବଡ ବିଜୟ ମିଳିଛି ।

ଏପରିକି ଇଣ୍ଡିଆନ ସୁପର ଲିଗରେ ଗୋଟିଏ ମ୍ୟାଚରେ ସର୍ବାଧିକ ଗୋଲ୍‌ର ରେକର୍ଡ ମଧ୍ୟ ଏହି ମ୍ୟାଚରେ ହୋଇଛି ।

ଶନିବାର ଜିଏମସି ବାମ୍ବୋଲିମ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଓଡିଶା ଆରମ୍ଭରୁ ଆକ୍ରମଣାତ୍ମକ ରଣନୀତି ସହ ଖେଳିଥିଲା । ଦୁଇ ଯୁବ ଭାରତୀୟ ଖେଳାଳି ପଲ ରାମଫାଙ୍ଗଜାଉଭା (49 ଓ 66ତମ ମିନିଟ)ଓ ଜେରି ମାୱିମିଙ୍ଗଥାଙ୍ଗା ମ୍ୟାଚର (51, 67ତମ ମିନିଟ)ରେ ଦୁଇଟି ଲେଖାଏଁ ଗୋଲ‌ କରିଥିଲେ । ଏସ ଲାଲରେଜୁଆଲା (33) ଓ ଡିଏଗୋ ମାଉରିକିଓ(69) ଓଡିଶା ପକ୍ଷରୁ ଗୋଲ୍‌ କରିଥିଲେ ।

ଅନ୍ୟପଟେ ଇଷ୍ଟ ବେଙ୍ଗଲ ପକ୍ଷରୁ ଆନ୍ଥୋନି ପିଲକିଙ୍ଗଟନ(24), ଆରୋନ ଜୋସୁଆ ହୋଲୁଓ (60, 90), ଜେଜେ ଲାଲପେଖଲୁଆ(74) ଓ ରବି କୁମାର (37) ଗୋଲ୍‌ କରିଥିଲେ ।

ଅଭିଯାନ ଶେଷ ହେବାପରେ ସମସ୍ତ ଫ୍ୟାନ୍ସଙ୍କୁ ଟ୍ବିଟ ଯୋଗେଁ ଧନ୍ୟବାଦ ଜଣାଇଛି ଓଡିଶା ଏଫସି କ୍ଲବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details