ଭାସ୍କୋ:ସୁପର ସନଡେ ହାଇଦ୍ରାବାଦ ଏଫସି ପାଇଁ ହୋଇଛି ଶୁଭଙ୍କର । ସ୍ଥାନୀୟ ତିଳକ ମଇଦାନ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ସୁପର ଲିଗର ମ୍ୟାଚରେ ଚେନ୍ନାଇଆନ ଏଫସିକୁ 2-0ରେ ହରାଇଛି ହାଇଦ୍ରାବାଦ । ଏଥିସହ ISL ର ପ୍ଲେ-ଅଫ ଆଶା ଉଜ୍ଜିବୀତ ରଖିଛି ।
ମ୍ୟାଚର 28ତମ ମିନିଟରେ ଫ୍ରାନ ସାଣ୍ଡାଜା ଓ 82 ତମ ମିନିଟରେ ଜୋଏଲ ଚାଇନିଜ ଗୋଲ୍ କରିଥିଲେ । ଫଳରେ ବିଜୟ ସହ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି ହାଇଦ୍ରାବାଦ ।