ପାଣାଜି: ଆଇଏସଏଲ 7ର ତୃତୀୟ ମ୍ୟାଚରେ ରବିବାର ଗୋଆ ଏଫସି ବେଙ୍ଗାଲୁରୁ ଏଫସିକୁ ଭେଟିଛି । କଡା ଟକ୍କର ତଥା ସଂଘର୍ଷପୂର୍ଣ୍ଣ ମ୍ୟାଚକୁ ଉଭୟ ଦଳ 2-2ରେ ମ୍ୟାଚ ଅମୀମାଂସିତ ରଖିଛନ୍ତି ।
କୋରୋନା ମହାମାରୀ ମଧ୍ୟରେ ପାଣାଜିର ଜବାହାରଲାଲ ନେହେରୁ ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ମ୍ୟାଚରେ ଏଫସି ଗୋଆ ବିପକ୍ଷରେ ବେଙ୍ଗାଲୁରୁ ଏଫସି ମ୍ୟାଚ ସଂଘର୍ଷପୂର୍ଣ୍ଣ ହୋଇଥିଲା । ଉଭୟ ଦଳ ପ୍ରଥମରୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ । ବେଙ୍ଗାଲୁରୁ ଏଫସି 27 ତମ ମିନିଟରେ ସିଲିଟୋଲ ସିଲଭା ଓ ଜୁଆନା 57 ତମ ମିନିଟରେ ଦୁଇଟି ଗୋଲ କରିଥିଲେ । ପ୍ରଧମାର୍ଦ୍ଧରେ ବେଙ୍ଗାଲୁରୁ ଏଫସି ଗୋଆ ବିରୋଧରେ ଦୁଇଟି ଗୋଲ ସ୍କୋର କରି ନିଜର ଆଧିପତ୍ୟ ଜାରୀ ରଖିଥିଲା ।