ପାଣାଜୀ: ଆଇଏସଏଲର ଚଳିତ ସିଜନର ପ୍ରଥମ ସେମିଫାଇନାଲ ମୁକାବିଲା ଆଜି ମୁମ୍ବାଇ ସିଟି-ଏଫ୍ସି ଗୋଆ ମଧ୍ୟରେ ଖେଳାଯିବ । ଗୋଆ ନିକଟରେ ପ୍ରଥମଥର ପାଇଁ ଆଇଏସଏଲର ଟ୍ରଫି ଜିତିବାର ସୁଯୋଗ ରହିଥିବାରୁ ମୁମ୍ବାଇକୁ ମାତ୍ ଦେବା ଲକ୍ଷ୍ୟରେ ଗ୍ରାଉଣ୍ଡକୁ ଓହ୍ଲାଇବ ଦଳ । ତେବେ ଏଫ୍ସି ଗୋଆ 6ଷ୍ଠ ଥର ପାଇଁ ଆଇଏସଏଲର ପ୍ଲେଅଫ୍ରେ ପ୍ରବେଶ କରିଛି । କିନ୍ତୁ ଗୋଆ ଟିମ ଆଇଏସଏଲ ଟାଇଟଲ ଜିତି ପାରି ନାହିଁ ।
ISL -7: ପ୍ରଥମ ସେମିଫାଇନାଲରେ ଗୋଆ-ମୁମ୍ବାଇ ମୁହାଁମୁହିଁ - ଆଇଏସଏଲ-7
ଆଇଏସଏଲର ଚଳିତ ସିଜନର ପ୍ରଥମ ସେମିଫାଇନାଲ ମୁକାବିଲା ଆଜି ମୁମ୍ବାଇ ସିଟି-ଏଫ୍ସି ଗୋଆ ମଧ୍ୟରେ ଖେଳାଯିବ । ତେବେ ଏଫ୍ସି ଗୋଆ 6ଷ୍ଠ ଥର ପାଇଁ ଆଇଏସଏଲର ପ୍ଲେଅଫ୍ରେ ପ୍ରବେଶ କରିଛି ।
![ISL -7: ପ୍ରଥମ ସେମିଫାଇନାଲରେ ଗୋଆ-ମୁମ୍ବାଇ ମୁହାଁମୁହିଁ ISL -7: ପ୍ରଥମ ସେମିଫାଇନାଲରେ ଗୋଆ-ମୁମ୍ବାଇ ମୁହାଁମୁହିଁ](https://etvbharatimages.akamaized.net/etvbharat/prod-images/768-512-10879353-thumbnail-3x2-ft.jpg)
ଏଫ୍ସି ଗୋଆର କୋଚ କହିଛନ୍ତି ଯେ, ଆମେ ଖେଳର ଆନନ୍ଦ ନେଉ ତେବେ ଆମକୁ ସଫଳତା ମିଳିବ । ବେଳେବେଳେ ଚାପରେ ରହିଥାଉ କାରଣ ସମସ୍ତେ ବିଜୟ ହେବାକୁ ଚାହାଁନ୍ତି । କିନ୍ତୁ ଆମର ଖେଳାଳି ନିଜର ଶୈଳୀରେ ଖେଳିଥାନ୍ତି । ମତେ ଡର ଲାଗେ ଯେତେବେଳେ ମୋ ଟିମ ନିଜ ଶୈଳୀରେ ଫୁଟବଲ୍ ଖେଳି ନଥାନ୍ତି, ସେତେବେଳେ ଟିମକୁ ସାହାଯ୍ୟ କରିବାକୁ ଅସୁବିଧା ହୋଇଥାଏ ।
ଅନ୍ୟପଟେ ମୁମ୍ବାଇ ସିଟି ଏଫ୍ସିର ଟିମ ଚଳିତ ସିଜନରେ ସର୍ବାଧିକ 35ଟି ଗୋଲ୍ ମାରି ସାରିଛି । କିନ୍ତୁ କୋଚ ସର୍ଜିୟୋ ଲୋବେରାଙ୍କ ଟିମ ପ୍ରଦର୍ଶନୀରେ ଆହୁରି ସୁଧାର ଆଣିବାକୁ ଚାହିଁବ । ଲୋବେରା କହିଛନ୍ତି ଯେ, ଯେତେବେଳେ ମୁମ୍ବାଇ ସିଟିକୁ ଟାଇଟଲ ବିଜେତା ବୋଲି କୁହାଯାଏ , ସେତେବେଳେ ମତେ ବହୁତ ଖୁସି ଲାଗେ । ମତେ ଚାପରେ ଖେଳିବା ପସନ୍ଦ । କିନ୍ତୁ ପିଚ୍ରେ ଆମକୁ ନିଜକୁ ପ୍ରମାଣ କରିବାକୁ ପଡିବ ।