ଓଡିଶା

odisha

ETV Bharat / sports

ISL-6: ଘରୋଇ ଗ୍ରାଉଣ୍ଡରେ ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ଓଡିଶା ଏଫସି

ଓଡିଶା ଏଫ୍‌ସିର ଲକି ଘରୋଇ ଗ୍ରାଉଣ୍ଡରେ ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ଆଜି ମୁମ୍ବାଇ ସିଟି ଏଫ୍‌ସି ବିପକ୍ଷରେ ମୈଦାନକୁ ଓହ୍ଲାଇବ। ଯଦି ଆଜି ଓଡିଶା ବିଜୟ ହାସଲ କରୁଛି, ତାହେଲେ ପଏଣ୍ଟ ଟେବୁଲର 4ର୍ଥ ସ୍ଥାନରେ ରହିବ ଓଡିଶା ।

isl-6
isl-6

By

Published : Jan 11, 2020, 5:51 PM IST

Updated : Jan 11, 2020, 6:17 PM IST

ଭୁବନେଶ୍ବର: ଶନିବାର ପୁଣି କଳିଙ୍ଗ ଷ୍ଟାଡିୟମରେ ଦମ୍‌ ଦେଖାଇବ ଘରୋଇ ଦଳ ଓଡିଶା ଏଫସି । ଚଳିତ ସିଜନରେ 3ୟ ଘରୋଇ ମ୍ୟାଚ ଓଡିଶା ଏଫସି, ମୁମ୍ବାଇ ସିଟି ବିପକ୍ଷରେ କଳିଙ୍ଗ ଷ୍ଟାଡିୟମରେ ଖେଳିବାକୁ ଯାଉଛି। ଓଡିଶା ପାଇଁ ଘରୋଇ ଗ୍ରାଉଣ୍ଡ ଲକି ସାବ୍ୟସ୍ତ ହୋଇଛି ।

ଟ୍ବିଟ
କ୍ରମାଗତ ଭାବେ ଘରୋଇ ଗ୍ରାଉଣ୍ଡରେ ଦ୍ୱିତୀୟ ବିଜୟ ପରେ ଆଜି ହ୍ୟାଟ୍ରିକ ବିଜୟ ଆଶାରେ ରହିଛି ଓଡିଶା। ଆଜି ମୁମ୍ବାଇକୁ ମାତ୍‌ ଦେଲେ ପଏଣ୍ଟ ଟେବୁଲର 4ର୍ଥ ସ୍ଥାନ ଅଧିକାର କରିବ ଓଡିଶା ଏଫସି ।
ଫଟୋ ସୌଜନ୍ଯ: ସୋସିଆଲ ମିଡିଆ@IndSuperLeague

ଘରୋଇ ଟିମ ଏହି ସିଜନରେ ମୁମ୍ବାଇକୁ 4-2ଗୋଲ୍‌ରେ ପରାସ୍ତ କରି ସାରିଛି। ଦଳର ଆତ୍ମବିଶ୍ବାସ ବେଶ୍‌ ଦୃଢ ରହିଛି । ପଏଣ୍ଟ ଟେବୁଲକୁ ଦେଖିଲେ ଓଡିଶା ଓ ମୁମ୍ବାଇ 11ଟି ମ୍ୟାଚ ଖେଳି ସାରିଛନ୍ତି । ଓଡିଶା 15 ପଏଣ୍ଟ ସହ 5ମ ସ୍ଥାନରେ ରହିଥିବାବେଳେ ମୁମ୍ବାଇ ମାତ୍ର ଗୋଟିଏ ପଏଣ୍ଟ ଅଧିକ ହାସଲ କରି 4ର୍ଥ ସ୍ଥାନରେ ରହିଛି। ମୁମ୍ବାଇ ଚାହିଁବ ଓଡିଶାକୁ ମାତ୍‌ ଦେଇ ପୂର୍ବ ପରାଜୟର ପ୍ରତିଶୋଧ ନେଇ 4ର୍ଥ ସ୍ଥାନ ବଜାୟ ରଖିବାକୁ ।

ଫଟୋ ସୌଜନ୍ଯ: ସୋସିଆଲ ମିଡିଆ@IndSuperLeague

ଓଡିଶା ଏଫସି ତା'ର ପ୍ରଥମ ଘରୋଇ ମ୍ୟାଚରେ ଜାମସେଦପୁରକୁ 2-1ରେ ପରାସ୍ତ କରିଥିଲା । ସେହିପରି 2ୟ ଘରୋଇ ମ୍ୟାଚ ଚେନ୍ନାଇନ ଏଫସି ବିପକ୍ଷରେ ଓଡିଶା 2-0ଗୋଲ୍‌ରେ ବିଜୟ ହାସଲ କରିଛି । ଆଜି 3ୟ ବିଜୟ ଲକ୍ଷ୍ୟରେ ରହିଛି ଘରୋଇ ଟିମ। ସଂନ୍ଧ୍ୟା ସାଢେ 7ଟାରେ କଳିଙ୍ଗ ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହେବ।

Last Updated : Jan 11, 2020, 6:17 PM IST

ABOUT THE AUTHOR

...view details